ଗାନ୍ଧୀନଗରର ଅଦାଲଜ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ସମ୍ପର୍କିତ ନିର୍ଘଣ୍ଟ ପ୍ରକାଶ

ଜରାଟର ଗାନ୍ଧୀନଗରର ଅଦାଲଜର ଜଗନ୍ନାଇ ମନ୍ଦିରରେ ପୁରୀ ଜଗନ୍ନାଥ ମନ୍ଦିରର ସମସ୍ତ ରୀତିନୀତି ପାଳନ କରାଯାଇ ବିଶ୍ୱ ଭ୍ରାତୃତ୍ୱର ସଂସ୍କୃତିକୁ ପ୍ରତିପାଦିତ କରୁଥିବା ଶ୍ରୀଜଗନ୍ନାଥ ସଂସ୍କୃତିର ବାର୍ତ୍ତା ପ୍ରଚାର କରାଯାଉଛି...

Schedule for Rath Yatra at Adalaj Jagannath Temple in Gandhinagar released

Schedule for Rath Yatra at Adalaj Jagannath Temple in Gandhinagar released Photograph: (sambad.in)

ଗାନ୍ଧୀନଗର: ଗୁଜରାଟର ଗାନ୍ଧୀନଗରର ଅଦାଲଜର ଶନି ମନ୍ଦିର  ନିକଟରେ ଥିବା ଜେସିଏଆରସି(ଶ୍ରୀ ଜଗନ୍ନାଥ ସାଂସ୍କୃତିକ ଏକାଡେମୀ ଏବଂ ଗବେଷଣା କେନ୍ଦ୍ର)  ଓଡ଼ିଶା ଏବଂ ଗୁଜରାଟ ମଧ୍ୟରେ ଏକ ସାଂସ୍କୃତିକ ସେତୁ ଭାବରେ କାର୍ଯ୍ୟ କରୁଛି। ଏହି ପରିସରରେ ଥିବା ଜଗନ୍ନାଥ ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିର ସହିତ ସମାନ ଶୈଳୀରେ ନିର୍ମିତ।

ପୁରୀ ଜଗନ୍ନାଥ ମନ୍ଦିରର ସମସ୍ତ ରୀତିନୀତି ଏଠାରେ ପାଳିତ କରାଯାଇ ବିଶ୍ୱ ଭ୍ରାତୃତ୍ୱର ସଂସ୍କୃତିକୁ ପ୍ରତିପାଦିତ କରୁଥିବା ଶ୍ରୀଜଗନ୍ନାଥ ସଂସ୍କୃତିର ବାର୍ତ୍ତା ପ୍ରଚାର କରାଯାଉଛି। ପ୍ରତିବର୍ଷ ପରି, ଚଳିତ ବର୍ଷ ମଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁ ପ୍ରତୀକ୍ଷିତ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ବ "ଜଗନ୍ନାଥ ରଥଯାତ୍ରା" ୨୭ ଜୁନ୍ ଶୁକ୍ରବାର ପୂର୍ବାହ୍ନ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଦାଲଜସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ହେବାକୁ ଯାଉଛି।

ରଥଯାତ୍ରା କାର୍ଯ୍ୟକ୍ରମ ୧୧ ଜୁନ୍‌ ସ୍ନାନ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୋଇଥିବା‌ବେଳେ ଏହା ନୀଳାଦ୍ରି ବିଜେ ୮ ଜୁଲାଇ  ପର୍ଯ୍ୟନ୍ତ ଚାଲିବ। ମନ୍ଦିରଟି ବର୍ଷସାରା ଆକର୍ଷଣର କେନ୍ଦ୍ର ହୋଇ ରହିଛି।  ଅଦାଲଜ, କାଡି, କାଲୋଲ, ଗାନ୍ଧୀନଗର, ଅହମଦାବାଦଠାରୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ମନ୍ଦିରରେ ହୋଇଥାଏ। ରଥଯାତ୍ରା ଦିନ ପ୍ରାୟ ୧୦୦୦୦ ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିରକୁ ଆସିଥାନ୍ତି। 

ପ୍ରତିବର୍ଷ ପରି, ଚଳିତ ବର୍ଷ ମଧ୍ୟ ସନ୍ଧ୍ୟାରେ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ରଥଯାତ୍ରା ରୀତିନୀତି ପୁରୀ ଜଗନ୍ନାଥ ମନ୍ଦିରର ପରମ୍ପରା ଏବଂ ରୀତିନୀତି ଅନୁଯାୟୀ, ପାଳନ କରାଯିବ। ନେତ୍ରୋତ୍ସବ ପରେ ନବ ଯୌବନ ଦର୍ଶନ ଏବଂ ମଙ୍ଗଳ ଆଳତି ପରେ ରଥର ଶୁଦ୍ଧି କରଣ। ଏହି ସହିତ ଦେବତାମାନଙ୍କର ପହଣ୍ଡି ବିଜେ ନୀତି ସମ୍ପନ୍ନ ହେବ। ପଣ୍ଡିତମାନେ ଆଜ୍ଞା ମାଳ ଆଣିବା ପରେ ସୁନା ଝାଡୁରେ ଛେରା ପହଁରା କରାଯାଇଥାଏ। ଏହା ପରେ କର୍ପୂର ଆଳତି ଅନୁଷ୍ଠିତ ହୋଇଥାଏ। 

ରଥ ଉପରେ ତିନି ଦେବତାଙ୍କ ଆଳତି ସମାପ୍ତ ହେବା ପରେ, ପ୍ରଭୁ ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବା ପରେ ରଥ ଟଣା ଆରମ୍ଭ ହେବ।

ଚଳିତ ବର୍ଷ ଏହି ଅବସରରେ ମୁଖ୍ୟ ଅତିଥି ଭାବେରେ ଯୋଗଦେବେ ରାଜ୍ୟସଭା  ସଂସଦ  ପୂର୍ବତନ ଗୁଜରାଟ ଉପ-ମୁଖ୍ୟମନ୍ତ୍ରୀ ନରହରି ଅମିନ। ସମ୍ମାନିତ ଅତିଥି ଭାବେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନର ମେୟର ମୀରାବେନ ପଟେଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସେମାନଙ୍କ ଆଗମନ ପରେ, ମନ୍ଦିର ପରିଚାଳନାର ଅଧ୍ୟକ୍ଷ  ମହେଶ୍ୱର ସାହୁ ଏବଂ ଓଏସସିଏର ସଭାପତି  ଏଚ୍. କେ. ଦାଶ ଏବଂ ଅନ୍ୟାନ୍ୟ ସଦସ୍ୟ ସେମାନଙ୍କୁ ସ୍ୱାଗତ କରିବେ। ଏହା ପରେ, ମୁଖ୍ୟ ପୁରୋହିତ ପ୍ରଭୁଙ୍କ ଆଜ୍ଞାମାଳ ସହିତ ପାରମ୍ପରିକ 'ଛେରାପହରା' କରିବେ। 

ରଥଯାତ୍ରା ଜଗନ୍ନାଥ ମନ୍ଦିରରୁ ଆରମ୍ଭ ହୋଇ ଶନି ମନ୍ଦିର ଦେଇ ଆଗକୁ ବଢ଼ି ଉଭର୍ଷଦ ସେତୁ ଏବଂ ଅଦାଲଜ ସର୍କଲ ଦେଇ ଅନ୍ନପୂର୍ଣ୍ଣା ମନ୍ଦିରରେ ପହଞ୍ଚିବ। ରଥଟି ସେହି ରାସ୍ତା ଦେଇ ଜଗନ୍ନାଥ ମନ୍ଦିରକୁ ଫେରିବ। 

ରଥ ପହଞ୍ଚିବା ପରେ, ଅନ୍ନପୂର୍ଣ୍ଣା ଟ୍ରଷ୍ଟର ଅଧ୍ୟକ୍ଷ  ନରହରି ଅମିନ, ଅନ୍ୟ ଟ୍ରଷ୍ଟିଙ୍କ ସହିତ, ମା’ ଅନ୍ନପୂର୍ଣ୍ଣାଙ୍କ ପାଇଁ ଭେଟ ଗ୍ରହଣ କରିବେ ଏବଂ ଆଳତି କରାଯିବ। ଆଳତି ପରେ, ଅନ୍ନପୂର୍ଣ୍ଣା ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

ଅଧିକ ପଢ଼ନ୍ତୁ: ରଥଯାତ୍ରା: ପହଣ୍ଡିରୁ ରଥ ଟାଣିବା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ

ମାଉସୀମା ମନ୍ଦିର (ଅନ୍ନପୂର୍ଣ୍ଣା ମନ୍ଦିର)ରେ ପ୍ରାୟ ଦୁଇ ଘଣ୍ଟା ବିଶ୍ରାମ ନେବା ପରେ, ଦେବତାମାନେ ଜଗନ୍ନାଥ ମନ୍ଦିରକୁ ଫେରିଆସିବେ।

ରଥଯାତ୍ରା ଦିନ ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ମନ୍ଦିର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଅଧିକ ପଢ଼ନ୍ତୁ: ରଥଯାତ୍ରା ବର୍ଷାରେ ଭିଜିବା ସମ୍ଭାବନା!: ଜୁନ୍ ୨୭ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ପୂର୍ବାନୁମାନ

Rath Yatra 2025 | Adalaj Shree Jagannath Mandir | Gandhinagar | gujurat 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe