ସ୍କୁଲ କଲେଜ ଛାତ୍ରୀ ଗର୍ଭବତୀ ହେଲେ ଲକ୍ଷେ ଟଙ୍କା ପୁରସ୍କାର:: ଜନସଂଖ୍ୟା ବୃଦ୍ଧି ପାଇଁ ପୁଟିନଙ୍କ ନୂଆ ଯୋଜନା

ରୁଷିଆରେ ଜନସଂଖ୍ୟା ହ୍ରାସ ଚିନ୍ତାର କାରଣ ପାଲଟିଛି। ଗର୍ଭବତୀ ହେଲେ ସ୍କୁଲ କଲେଜ ଛାତ୍ରୀମାନଙ୍କୁ ଲକ୍ଷେ ଟଙ୍କା ଦିଆଯିବ। ମହିଳାମାନଙ୍କୁ, ଶୀଘ୍ର ବିବାହ କରିବା ଏବଂ ସନ୍ତାନ ଜନ୍ମ କରିବା ପାଇଁ ସରକାର ଉତ୍ସାହିତ କରୁଛନ୍ତି...

ଅଦ୍ୟତନ ହୋଇଛି
School and college student gets pregnant, lakhs of rupees as reward: Putin's new plan to increase population

School and college student gets pregnant, lakhs of rupees as reward: Putin's new plan to increase population Photograph: (sambad.in)

ମସ୍କୋ: ରୁଷିଆରେ ଜନସଂଖ୍ୟା ହ୍ରାସ ଚିନ୍ତାର କାରଣ ପାଲଟିଛି। ଗର୍ଭବତୀ ହେଲେ  ସ୍କୁଲ କଲେଜ ଛାତ୍ରୀମାନେ ୧ ଲକ୍ଷ ଟଙ୍କା ପାଇବେ ବୋଲି  ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସରକାର ଘୋଷଣ‌ା କରିଛନ୍ତି। ସନ୍ତାନ  ଜନ୍ମ କରିବା ପାଇଁ ଯୁବତୀମାନଙ୍କୁ  ନଗଦ ବୋନସ୍ ମିଳୁଛି।

ଦେଶରେ କ୍ରମାଗତ ହ୍ରାସ ପାଉଥିବା ଜନ୍ମହାର, ୟୁକ୍ରେନ ଯୁଦ୍ଧରେ ହଜାର ହଜାର ଯୁବକଙ୍କ ମୃତ୍ୟୁ ଏବଂ ଦ୍ରୁତ ଗତିରେ ବଢ଼ୁଥିବା ପ୍ରବାସ ଏହି ସଙ୍କଟକୁ ଆହୁରି ଗମ୍ଭୀର କରୁଛି। ଜନସଂଖ୍ୟାର ହ୍ରାସ ଗତିକୁ ରୋକିବା ପାଇଁ, ଋଷିଆ ସରକାର ନେଇଥିବା  ପଦକ୍ଷେପକୁ ନେଇ   ସାରା ବିଶ୍ୱରେ ଆଲୋଚନା ହେଉଛି।

ଏବେ ରୁଷିଆର କିଛି ଅଞ୍ଚଳରେ, ସ୍କୁଲ ଏବଂ କଲେଜ ଛାତ୍ରୀମାନେ ଗର୍ଭବତୀ ହେଲେ ସେମାନଙ୍କୁ ସିଧାସଳଖ ନଗଦ ବୋନସ୍ ଦିଆଯାଉଛି। କେମେରୋଭୋ, କାରେଲିଆ, ଟୋମସ୍କ ଭଳି ଅଞ୍ଚଳରେ, ଯଦି ଜଣେ ଛାତ୍ରୀ ଅତି କମରେ ୨୨ ସପ୍ତାହର ଗର୍ଭବତୀ ଏବଂ ସରକାରୀ ପ୍ରସୂତି କ୍ଲିନିକରେ ପଞ୍ଜିକୃତ ହୋଇଛନ୍ତି, ତେବେ ତାଙ୍କୁ  ୧ ଲକ୍ଷ ଟଙ୍କା (୧୦୦,୦୦୦ ରୁବେଲ୍) ର ଏକକାଳୀନ ନଗଦ ପ୍ରୋତ୍ସାହନ ଦିଆଯାଉଛି। ସରକାର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି। ମହିଳାମାନେ ଯେତେ ଶୀଘ୍ର ସନ୍ତାନ ଜନ୍ମ ଦେବେ, ସେତେ ଭଲ ବୋଲି ସରକାର ଚିନ୍ତା କରୁଛନ୍ତି।

ଅଧିକ ପଢ଼ନ୍ତୁ: ୪ ମାସ ବିତିଲା, କେବେ ମିଳିବ ପିଏମ୍ କିଷାନର ୨୦ତମ କିସ୍ତି: ଏବେ ସମ୍ଭାବ୍ୟ ନୂଆ ତାରିଖକୁ ଆଶା

ମସ୍କୋ ଟାଇମ୍ସ ଏବଂ ଫର୍ଚ୍ୟୁନ୍ ରିପୋର୍ଟ ଅନୁସାରେ  ୨୦୨୪ର ପ୍ରଥମାର୍ଦ୍ଧରେ ରୁଷିଆରେ କେବଳ୫.୯୯ ଲକ୍ଷ ଶିଶୁ ଜନ୍ମ ହୋଇଥିଲେ, ଯାହା ଗତ ୨୫ ବର୍ଷ ମଧ୍ୟରେ ସବୁଠାରୁ କମ୍ ସଂଖ୍ୟକ। ପ୍ରଥମ ଥର ପାଇଁ ମାସିକ ଜନ୍ମହାର ୧ ଲକ୍ଷ ତଳକୁ ଖସିଯାଇଛି, ଯାହା ଦେଶର ଭବିଷ୍ୟତ ପାଇଁ ଏକ ଚେତାବନୀ।   ଏହି କାରଣରୁ ସ୍କୁଲ-କଲେଜ ଛାତ୍ରୀମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି।  ରୁଷିଆ ସରକାର ପୂର୍ବରୁ ଅନେକ ପ୍ରକାରର ଯୋଜନା ଚଲାଉଛି।

ମାତୃତ୍ୱ ପୁଞ୍ଜି କାର୍ଯ୍ୟକ୍ରମରେ  ଦ୍ୱିତୀୟ ଏବଂ ତୃତୀୟ ସନ୍ତାନ ପାଇଁ ଲକ୍ଷାଧିକ ଟଙ୍କା ସହାୟତା। ଗୃହ ସବସିଡି ଏବଂ ମାଗଣା ଜମି। ମାସିକ ଶିଶୁ ଭତ୍ତା ଏବଂ ୩ ବର୍ଷର ପ୍ରସୂତି ଛୁଟି। ଟିକସ ରିହାତି ଏବଂ ସାମାଜିକ ସମ୍ମାନ ମଧ୍ୟ ପ୍ରଦାନ କରାଯାଉଛି।

ରୁଷିଆ ସରକାର ସ୍ପଷ୍ଟ କରିଛନ୍ତି ଯେ,  ଯଦି ଏହି ହ୍ରାସ ବନ୍ଦ ନହୁଏ, ତେବେ ୨୧୦୦ ସୁଦ୍ଧା ରୁଷିଆର ଜନସଂଖ୍ୟା ୧୪୬ ନିୟୁତରୁ ୭୪ ନିୟୁତକୁ ହ୍ରାସ ପାଇବ। ଏହି କାରଣରୁ ଏହା ଏବେ କେବଳ ଏକ ସାମାଜିକ ନୁହେଁ ବରଂ ଏକ ଜାତୀୟ ପ୍ରାଥମିକତା ପାଲଟିଛି।

ଅଧିକ ପଢ଼ନ୍ତୁ: ଇଂଜିନରେ ନିଆଁ, ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ

Russia | vladimir-putin

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe