ଅଚାନକ ଯାଞ୍ଚ କରିବାରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗରୁ ମିଳିଲା କଣ୍ଡୋମ, ସିଗାରେଟ ଓ ଗର୍ଭନିରୋଧକ ବଟିକା

Advertisment
ଅଚାନକ ଯାଞ୍ଚ କରିବାରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗରୁ ମିଳିଲା କଣ୍ଡୋମ, ସିଗାରେଟ ଓ ଗର୍ଭନିରୋଧକ ବଟିକା

ବାଙ୍ଗାଲୋର: ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ବ୍ୟାଗରେ କଣ ଥାଏ ? ଏହି ପ୍ରଶ୍ନର ଉତ୍ତରରେ ଆପଣ କହିବେ ଯେ ସେମାନଙ୍କ ବ୍ୟାଗରେ ବହି, ଖାତା, କଲମ, ପେନ୍ସିଲ୍, ରବର ଥାଇପାରେ | କିନ୍ତୁ ଯେତେବେଳେ ବାଙ୍ଗାଲୋରର ସ୍କୁଲଗୁଡ଼ିକରେ ଛାତ୍ରମାନଙ୍କ ବ୍ୟାଗ ହଠାତ୍ ଯାଞ୍ଚ କରାଯାଇଥିଲା, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ସେମାନେ ଆଶା କରିନଥିଲେ ଯେ ଛାତ୍ରମାନଙ୍କ ବ୍ୟାଗରେ ଏହିପରି କିଛି ମିଳିବ | ବାସ୍ତବରେ ଶ୍ରେଣୀଗୃହକୁ ଛାତ୍ରଛାତ୍ରୀମାନେ ମୋବାଇଲ୍ ଫୋନ୍ ଆଣୁଥିବା ନେଇ ବାରମ୍ବାର ଅଭିଯୋଗ ଆଣିବା ପରେ ବ୍ୟାଗ୍ ଯାଞ୍ଚ କରିବାକୁ ବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।

ଯେତେବେଳେ ବିଦ୍ୟାଳୟରେ ଏହି ଯାଞ୍ଚ ଆରମ୍ଭ ହୋଇଥିଲା, କିଛି ଛାତ୍ର ସେମାନଙ୍କ ବ୍ୟାଗ ଯାଞ୍ଚ କରିବାକୁ ମନା କରିଦେଇଥିଲେ। ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କ ଉଦ୍ୟମରେ ଯେତେବେଳେ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା, ସେତେବେଳେ କଣ୍ଡୋମ, ଗର୍ଭନିରୋଧକ ବଟିକା, ଲାଇଟର, ସିଗାରେଟ୍ ଇତ୍ୟାଦି ମିଳିଥିଲା। ଆଉ ଆପତ୍ତିଜନକ ସାମଗ୍ରୀ ପାଇବା ପରେ ସଂପୃକ୍ତ ଛାତ୍ରମାନଙ୍କ ପିତାମାତାଙ୍କୁ ଏହା ବିଷୟରେ ଅବଗତ କରାଯାଇଥିଲା | ଶିକ୍ଷକମାନେ କହିଛନ୍ତି ଯେ କିଛି ଅଭିଭାବକ ସେମାନଙ୍କ ପିଲାଙ୍କ ବ୍ୟାଗରେ ଏସବୁ ମିଳିଥିବାର ବିଶ୍ୱାସ କରିପାରୁନାହାଁନ୍ତି | ଆଉ କିଛି ପିତାମାତାଙ୍କୁ ପିଲାମାନଙ୍କୁ ଭଲରେ ବୁଝାଇବା ପାଇଁ କୁହାଯାଇଥିବାବେଳେ ସେମାନଙ୍କୁ ୧୦ ଦିନର ଛୁଟି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe