Representative Image Courtesy of Zee News
ଲକ୍ଷ୍ନୌ: ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ୍େଓ୍ଵରେ ଗୋଟିଏ ସ୍କୁଲ୍ ବସ୍ ଓଲଟିପଡ଼ି ପଥ ବିଭାଜିକାରେ ପିଟି ହୋଇଯିବାରୁ ଦୁଇ ଡଜନ ସରିକି ସ୍କୁଲ୍ ପିଲା ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।
ସେମାନେ ହିମାଚଳ ପ୍ରଦେଶ ଅନ୍ତର୍ଗତ ମାଣ୍ଡିସ୍ଥିତ ଆଲୋକ ଭାରତୀ ସ୍କୁଲ୍ର ଷଷ୍ଠ ଓ ଅଷ୍ଟମ ଶ୍ରେଣୀର ପିଲା। ସେମାନେ ଆଗ୍ରାର ତାଜ୍ ସହରକୁ ଏସ୍କର୍ସନ୍ରେ ଆସୁଥିବାବେଳେ ଦୁର୍ଘଟଣା ଘଟିଥିଲା।
ଟାୟାର୍ ଫାଟିଯିବା ଯୋଗୁଁ ଡ୍ରାଇଭର୍ ଗାଡ଼ି ଉପରୁ କାବୁ ହରାଇଥିଲା। ସେତେବେଳେ ବସ୍ଟି ଦ୍ରୁତ ବେଗରେ ଯାଉଥିବାରୁ ଓଲଟି ପଡ଼ିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
ସାଙ୍ଘାତିକ ଆହତ ପିଲାମାନଙ୍କୁ ଆଗ୍ରାସ୍ଥିତ ଏସ୍ଏନ୍ ମେଡିକାଲ୍ କଲେଜରେ ଦାଖଲ କରାଯାଇଛି। ଅନ୍ୟମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି। ପିଲାମାନଙ୍କ ସହ ଆସୁଥିବା କେତେକ ଶିକ୍ଷକ ମଧ୍ୟ ଆହତ ହୋଇଛନ୍ତି।
Follow Us