Representative Image Courtesy of India Today
ବେଙ୍ଗାଲୁରୁ: ବଡ଼ଦିନ ପାଳନ ଅବସରରେ ଶିକ୍ଷାର୍ଥୀମାନଙ୍କୁ ମାଂସ ପରିବେଷଣ କରିଥିବା ହେତୁ କର୍ଣ୍ଣାଟକର ବାଗଲକୋଟ୍ ଜିଲ୍ଲା ଅନ୍ତର୍ଗତ ଇଲ୍କାଲ୍ରେ ଥିବା ସେଣ୍ଟ୍ ପଲ୍ ସ୍କୁଲ୍ ବନ୍ଦ କରିଦେବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦେଶ ଦେଇଛନ୍ତି।
ସ୍କୁଲ୍ କର୍ତ୍ତୃପକ୍ଷଙ୍କ ପ୍ରତି ଲିଖିତ ଚିଠିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲେଖିଛନ୍ତି, ଉତ୍ସବ ପାଳନ ଅବସରରେ ଆପଣମାନେ ମାଂସ ପରିବେଷଣ କରିଥିବା ଖବର ଆମେ ପାଇଛୁ। ଏହା ଶିକ୍ଷା ବିଭାଗ ଏବଂ ସର୍ବସାଧାରଣରେ ଅସନ୍ତୋଷର କାରଣ ହୋଇଛି। ସୁତରାଂ, ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ସ୍କୁଲ୍ ଖୋଲାଯାଇ ପାରିବ ନାହିଁ।
Image Courtesy of The Hinduକିନ୍ତୁ, ଶିକ୍ଷା ବିଭାଗକୁ ଅବଗତ କରାଯିବା ପରେ ଉକ୍ତ ଆଦେଶକୁ ରଦ୍ଦ କରାଯାଇଛି। ଜିଲ୍ଲା କମିସନର୍ କିଂବା ଶିକ୍ଷା ବିଭାଗକୁ ନ ଜଣାଇ ସ୍ଥାନୀୟ ଅଧିକାରୀ ସ୍କୁଲ୍ ବନ୍ଦ କରିବାକୁ ଆଦେଶ ଦେଇଥିଲେ ବୋଲି କୁହାଯାଉଛି।
ଶୁକ୍ରବାର ଦିନ ଶିକ୍ଷା ବିଭାଗ କହିଛି, ଆମିଷ ଖାଦ୍ୟ ପରିବେଷଣ କରାଯିବା ହେତୁ କୌଣସି ସ୍କୁଲ୍କୁ ବନ୍ଦ କରି ଦିଆଯାଇ ପାରିବ ନାହିଁ। ସେ ଆଦେଶକୁ ରଦ୍ଦ କରିଦିଆଗଲା।
ସେ ସ୍କୁଲ୍ ପିଲାମାନଙ୍କୁ ଖ୍ରୀଷ୍ଟଧର୍ମ ଗ୍ରହଣ କରାଉଛି ଏବଂ ବାଇବଲ୍ ପ୍ରତି ବିଶ୍ବାସ ଜନ୍ମାଇବାକୁ ଚାପ ପକାଉଛି ବୋଲି ଅଭିଯୋଗ କରି ଦକ୍ଷିଣପନ୍ଥୀ ସଂଗଠନ ସବୁ ପୂର୍ବରୁ ପ୍ରତିବାଦ ପ୍ରଦର୍ଶନ କରିଥିଲେ।
Follow Us