ଏଣିକି ସ୍କୁଲ୍‌ ପରିସରରେ ଏକାଧିକ ବାଳିକା ସାଙ୍ଗ ହୋଇ ଯିବେ ଓ୍ଵାସ୍‌ରୁମ୍‌

ଏଣିକି ସ୍କୁଲ୍‌ ପରିସରରେ ଏକାଧିକ ବାଳିକା ସାଙ୍ଗ ହୋଇ ଯିବେ ଓ୍ଵାସ୍‌ରୁମ୍‌

ନୂଆଦିଲ୍ଲୀ: ନର୍ଥ ଦିଲ୍ଲୀ ମୁନିସିପାଲ୍‌ କର୍‌ପରେନ୍‌(ଏନ୍‌ଡିଏମ୍‌ସି) ପକ୍ଷରୁ ଏବେ ଏକ ନୂତନ ନିଷ୍ପତ୍ତି ନିଆଯାଇଛି। ଏନ୍‌ଡିଏମ୍‌ସି ସୂଚନା ପ୍ରଦାନ କରିଛି ଯେ ଏଣିକି କୌଣସି ଛାତ୍ରୀ ଓ୍ଵାସ୍‌ରୁମ୍‌ ଯିବାକୁ ବାହାରିଲେ ତାଙ୍କ ସହ ଅତି କମ୍‌ରେ ଆଉ ଜଣକୁ ପଠାଯିବ। ଫଳରେ ଯଦି କେହି ସୁଯୋଗ ନେଇ ଜଣକ ସହ ଅସଦାଚରଣ ଉଦ୍ୟମ କରେ ତେବେ ଅନ୍ୟ ଜଣକ ଚିତ୍କାର କରିବା ଫଳରେ ବିପଦ ରୋକା ଯାଇପାରିବ। କେବଳ ଓ୍ଵାସ୍‌ରୁମ୍‌ ନୁହେଁ, କ୍ଲାସ୍‌ ରୁମ୍‌ ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଗଲେ ଏହି ନିୟମ ମାନିବାକୁ ହେବ। ନିକଟରେ ଗୁରୁଗ୍ରାମର ରୋୟାନ୍‌ ସ୍କୁଲ୍‌ ପରିସରରେ ୭ ବର୍ଷିୟ ବାଳକର ହତ୍ୟା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe