ନୂଆଦିଲ୍ଲୀ: ଶନିବାର ସାରା ଦେଶରେ ରକ୍ଷା ବନ୍ଧନ ପର୍ବକୁ ଖୁବ ଉତ୍ସାହର ସହିତ ପାଳନ କରାଯାଉଛି। ଏହି ଅବସରରେ ଦିଲ୍ଲୀର ୭ଲୋକ କଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଦିଲ୍ଲୀର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରାଖୀ ବାନ୍ଧି ତାଙ୍କ ଦୀର୍ଘ ଜୀବନ କାମନା କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ରାଖୀ ନେଇ ଆସିଥିବା କୁନିଶିଶୁ ଜଣକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଜଣକ ପରେ ଜଣେ ମୋଦିଙ୍କ ହାତରେ ରାଖୀ ବାନ୍ଧି ଯାଉଥିବା ବେଳେ ଯେତେବେଳେ ଉକ୍ତ କୁନି ଶିଶୁର ପାଳି ପଡ଼ିଥିଲା ସେ ମୋଦି ନିକଟକୁ ଆସି କହିଥିଲା, ‘ମୋଦି ଜି ମୋର ଏକ ଛୋଟିଆ ଅନୁରୋଧ ରକ୍ଷା କରିବେ। ହାତରେ ଆପଣ ମା ପାଇଁ ହୃଦୟ ଚିହ୍ନ ତିଆରି କରିପାରିବେ।’
Follow Us