latestly.com
ଲକ୍ଷ୍ମୌ: ଉତ୍ତରପ୍ରଦେଶରେ ବୋର୍ଡ ପରୀକ୍ଷା ମଙ୍ଗବାରଠାରୁ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ମାଉ ଜିଲ୍ଲାରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସ୍କୁଲ ପରିଚାଳକ ପରୀକ୍ଷା ସମୟରେ କିଭଳି କପି କରି ହେବ ସେ ନେଇ ଛାତ୍ରଛାତ୍ରୀଙ୍କୁ ଉପାୟ ବତାଉଥିବା ଦେଖିବାକୁ ମିଳୁଛି। ଭାଇରାଲ ହୋଇଥିବା ଭିଡିଓ ମାଉ ଜିଲ୍ଲା ମଧୁବନ ନଗର ପଞ୍ଚାୟତର ହରିବଂଶ ମେମୋରିଆଲ୍ ଇଣ୍ଟର କଲେଜର ବୋଲି ଜଣାପଡ଼ିଛି।
ମଧୁବନ ନଗର ପଞ୍ଚାୟତର ହରିବଂଶ ମେମୋରିଆଲ୍ ଇଣ୍ଟର କଲେଜ ପରିଚାଳକ ଛାତ୍ରଛାତ୍ରୀଙ୍କୁ କହୁଛନ୍ତି, ‘ତୁମମାନଙ୍କର ସେଣ୍ଟର ଯେଉଁ କଲେଜରେ ପଡ଼ଛି, ସେହି କଲେଜ ସହିତ ପୂର୍ବରୁ କଥାବାର୍ତ୍ତା ସରିଛି। ଯଦି କୌଣସି ପ୍ରଶ୍ନର ଉତ୍ତର ନ ଆସେ, ତେବେ ନିଜନିଜ ଭିତରେ ଆଲୋଚନା କରି ଲେଖି ପାରିବ। ଯାହାକୁ ଯେଉଁ ପ୍ରଶ୍ନର ଉତ୍ତର ଆସୁଥିବ, ସେ ଅନ୍ୟ ଜଣକୁ ତାହା ଜଣାଇଦେବ। କେବଳ ଏତିକି ନୁହେଁ, ଏହା ସତ୍ତ୍ୱେ ଯଦି କୌଣସି ଛାତ୍ରଛାତ୍ରୀ ପ୍ରଶ୍ନର ଉତ୍ତର ଲେଖି ନ ପାରନ୍ତି ତେବେ ସେମାନେ ନିିିଜନିଜ ପରୀକ୍ଷା ଖାତାରେ ୧୦୦/୨୦୦ଟଙ୍କା ନୋଟ ପୂରାଇ ଦେବେ।
ଏପରି କରିବା ଦ୍ୱାରା ପରୀକ୍ଷା ଖାତା ଦେଖୁଥିବା ଶିକ୍ଷକ/ଶିକ୍ଷୟିତ୍ରୀ ଲୋଭରେ ତୁମକୁ ନମ୍ବର ଦେଇ ପାସ୍ କରି ଦେବେ। ମୁହଁରେ କାହାକୁ ଉତ୍ତର କହି ଦେବା କ’ଣ କପି ବୋଲି ଧରାଯିବ? ଧରାଯିବ ନାହିଁ। ତେଣୁ ଭୟ ନକରି ନିଜ ନିଜ ସହଯୋଗୀଙ୍କୁ ପରୀକ୍ଷାରେ ପ୍ରଶ୍ନର ଉତ୍ତର କହିବାରେ ସାହାଯ୍ୟ କରିବ। କୌଣସି ପ୍ରଶ୍ନର ଉତ୍ତର ଛାଡ଼ିବ ନାହିଁ। ଏପରି କଥାବାର୍ତ୍ତା ହୋଇ ଯଦି ଉତ୍ତର ଲେଖିଲା ବେଳେ କୌଣସି ଶିକ୍ଷକ/ଶିକ୍ଷୟିତ୍ରୀ ମନା କରନ୍ତି କିମ୍ବା ଗାଳି କରନ୍ତି, ତେବେ ତୁମେମାନେ ବିରୋଧ କରିବ ନାହିଁ। ପଲଟା ଜବାବ ନଦେଇ ସ୍ଥିର ହୋଇ ରହିଯିବ।’
The Indian Expressଏହି ଭିଡିଓ ଅଧିକାରୀଙ୍କ ପାଖରେ ପହଞ୍ଚି ଯିବାପରେ ହଇଚଇ ସୃଷ୍ଟି ହୋଇଛି। ଜିଲ୍ଲା ଅଧିକାରୀ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଯାଞ୍ଚ ଆଦେଶ ଦେଇଛନ୍ତି। ଗୋଟିଏ ପଟେ ପରୀକ୍ଷା ସମୟରେ କପି ରୋକିବା ପାଇଁ ବିଭିନ୍ନ ପ୍ରକାର କଡ଼ା ପଦକ୍ଷେପ ନିଆଯାଉଥିଲା ବେଳେ ଏଭଳି ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Follow Us