ଓ୍ଵାସିଂଟନ: ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ ଓବାମାଙ୍କ ନାମରେ ମିସିସିପିର ଏକ ହାଇସ୍କୁଲକୁ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆମେରିକା ଗୃହ ଯୁଦ୍ଧର ନେତା ଜେଫରସନ୍ ଡେଭିସ୍ଙ୍କ ନାମରେ ନାମିତ ଏହି ବିଦ୍ୟାଳୟକୁ ଓବାମାଙ୍କ ନାମରେ ରଖାଯିବାକୁ ପ୍ରସ୍ତାବ ଗୃହୀତ ହୋଇଛି। ସ୍କୁଲର ସମସ୍ତ ପରିବାଳକ ସଦସ୍ୟ ସର୍ବସମ୍ମତ ଭାବେ ଏହି ପ୍ରସ୍ତାବ ଗ୍ରହଣ କରି ଦେଶର ପ୍ରଥମ କୃଷ୍ଣକାୟ ରାଷ୍ଟପତି ଓବାମାଙ୍କ ନାମରେ ବିଦ୍ୟାଳୟକୁ ନାମିତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଶିକ୍ଷାବର୍ଷରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୯୭ ପ୍ରତିଶତ ଛାତ୍ରଛାତ୍ରୀ କୃଷ୍ଣକାୟ।
ପୂର୍ବ ରାଷ୍ଟ୍ରପତି ବାରାକ ଓବାମାଙ୍କ ନାମରେ ନାମିତ ହେବ ହାଇସ୍କୁଲ
Advertisment
Follow Us