ଦିଲ୍ଲୀ: ସ୍କୁଲରେ ୯ମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା, ସିସିଟିଭିରେ ଦେଖାଗଲା ଝଗଡ଼ାର ଫୁଟେଜ୍‌, ୩ ଛାତ୍ର ଗିରଫ

Advertisment
ଦିଲ୍ଲୀ: ସ୍କୁଲରେ ୯ମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା, ସିସିଟିଭିରେ ଦେଖାଗଲା ଝଗଡ଼ାର ଫୁଟେଜ୍‌, ୩ ଛାତ୍ର ଗିରଫ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ଖଜୁରୀ ଖାସ ଅଞ୍ଚଳରେ ୯ମ ଶ୍ରେଣୀ ଛାତ୍ର ତୁଷାରଙ୍କ ସଦିଗ୍ଧ ପରିସ୍ଥିତିରେ ହୋଇଥିବା ମୃତ୍ୟୁ ଘଟଣାରେ ୩ଜଣ ଅଭିଯୁକ୍ତ ଛାତ୍ରଙ୍କୁ ପୁଲିସ ଗିରଫ କରିଛି। ପୁଲିସର କହିବା ଅନୁସାରେ ସିସିଟିଭି ଫୁଟେଜ୍‌ରେ ତୁଷାର ସହିତ ୫ଜଣ ଛାତ୍ର ଗଣ୍ଡଗୋଳ କରିଥିଲେ।

ତୁଷାରଙ୍କ ମୃତଦେହ ଗୁରୁବାର ସ୍କୁଲ ବାଥରୁମ୍‌ରେ ସଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା ଯେ, ତୁଷାର ଚେତାଶୂନ୍ୟ ହୋଇ ଯାଇଛି। ତୁଷାରକୁ ପ୍ରଥମେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଟିବି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଜିଟିବି ହସ୍ପିଟାଲ ଡାକ୍ତରମାନେ ତୁଷାର ପହଞ୍ଚିବା ମାତ୍ରେ ହିଁ ମୃତ ଘୋଷଣା କରିଦେଇଥିଲେ।

ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ ଗୁରୁବାର ତୁଷାର ସକାଳ ୮ଟାରେ ସ୍କୁଲ ପହଞ୍ଚି ଥିଲା। ପ୍ରାର୍ଥନା ସମୟରେ ତା’ର କିଛି ସାଥୀ ପିଲାଙ୍କ ସହିତ ଝଗଡ଼ା ହୋଇଥିଲା। ଗଣ୍ଡଗୋଳର ପ୍ରାୟ ୩ଘଣ୍ଟା ପରେ ୧୧ଟା ୧୫ରେ ସ୍କୁଲର ପ୍ରଥମ ମହଲାସ୍ଥିତ ବାଥରୁମରେ ତାକୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କୁ ଅପରାହ୍ନରେ ସୂଚନା ମିଳିଥିଲା। ସେତେବେଳକୁ ତୁଷାର ଚେତାଶୂନ୍ୟ ହୋଇ ପଡ଼ିଥିଲା। ଯେତେବେଳେ ପିଲାଟିକୁ ହସ୍ପିଟାଲ ନିଆଯାଇଥିଲା, ସେତେବେଳେ ତାକୁ ଡାକ୍ତରମାନେ ମୃତ ଘୋଷଣା କରି ଦେଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ଯେ, କୌଣସି ଛାତ୍ରଙ୍କ ସହିତ ଝଗଡ଼ା ଯୋଗୁଁ ତୁଷାରର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe