Image Courtesy of News by Careers360
ପାଟନା: ଜାନୁୟାରୀ ୪ରୁ ବିହାରରେ ଖୋଲିବ ସ୍କୁଲ ଓ କୋଚିଂ ସେଣ୍ଟର | ଜାନୁୟାରୀ ୪, ୨୦୨୧ରୁ ସମଗ୍ର ରାଜ୍ୟରେ ସମସ୍ତ ସରକାରୀ ବିଦ୍ୟାଳୟ ଏବଂ କୋଚିଂ ସେଣ୍ଟର ଖୋଲାଯିବ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ସ୍କୁଲ ଖୋଲିବା ମାତ୍ରେ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମାସ୍କ ମଧ୍ୟ ବଣ୍ଟନ କରାଯିବ | ବିହାର ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗର ବୈଠକରେ ଜାନୁୟାରୀ ୪ରୁ ପର୍ଯ୍ୟାୟକ୍ରମେ ସମସ୍ତ ବିଦ୍ୟାଳୟ, କଲେଜ ଏବଂ କୋଚିଂ ପ୍ରତିଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।
ମୁଖ୍ୟ ଶାସନ ସଚିବ ଦୀପକ କୁମାରଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା ବିଭାଗର ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୪ ରୁ ସିନିୟର ଶ୍ରେଣୀର ଛାତ୍ର (ନବମ ରୁ ଦ୍ୱାଦଶ) ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲାଯିବ। କଲେଜ ଖୋଲିବା ବିଷୟରେ ଦୀପକ କୁମାର କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଶେଷ ବର୍ଷର ଛାତ୍ରମାନଙ୍କ ପାଇଁ କଲେଜ ଖୋଲାଯିବ।
ଏଥିସହ ଜାନୁଆରୀ ୪ ରୁ କୋଚିଂ ପ୍ରତିଷ୍ଠାନ ମଧ୍ୟ ଖୋଲାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ଅଧା ଅଧା କ୍ଲାସ ଚାଲିବ | ଅର୍ଥାତ୍ ଯଦି ଗୋଟିଏ ଶ୍ରେଣୀରେ ୫୦ ଜଣ ଛାତ୍ର ଅଛନ୍ତି, ତେବେ ୨୫ ଜଣ ଛାତ୍ର ପ୍ରଥମ ଦିନରେ କ୍ଲାସ୍ କରିବେ ଏବଂ ଅବଶିଷ୍ଟ ୨୫ ଜଣ ଛାତ୍ର ଦ୍ୱିତୀୟ ଦିନ କ୍ଲାସ କରିବେ |
Follow Us