Image Source: India Today
ଶ୍ରୀନଗର: ପ୍ରାୟ ତିନି ମାସର ଶୀତ ଅବକାଶ ପରେ ଆଜି କଶ୍ମୀର ଉପତ୍ୟକାର ସ୍କୁଲ୍ ଏବଂ କଲେଜ ଆଦି ଶିକ୍ଷାନୁଷ୍ଠାନ ପୁଣି ଖୋଲିବ। ଶୀତ ଏବଂ କଶ୍ମୀର ପରିସ୍ଥିତିର ଅନିଶ୍ଚିତତା ଯୋଗୁଁ ଅଧିକାଂଶ ଶିକ୍ଷାନୁଷ୍ଠାନଗୁଡ଼ିକ ଏଥର ଶୀଘ୍ର ଛୁଟି ହୋଇଯାଇଥିଲା।
ଏହା ପୂର୍ବରୁ, ଅଗଷ୍ଟ ୫ ତାରିଖରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇ ବିଭିନ୍ନ କଟକଣା ଲାଗୁ କରାଯାଇଥିଲା। ସେଥିନିମନ୍ତେ ମଧ୍ୟ ଉପତ୍ୟକାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ବର୍ଷ ଶେଷ ଆଡ଼କୁ କେତେକ ଶିକ୍ଷାନୁଷ୍ଠାନ ଖୋଲିଥିଲା। କିନ୍ତୁ, ୟୁନିଫର୍ମ ନ ପିନ୍ଧି ସ୍କୁଲ୍ ଆସିବାକୁ ଛାତ୍ରଛାତ୍ରୀମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ଏମିତି ଦେଖିବାକୁ ଗଲେ ଗତ ଶିକ୍ଷାବର୍ଷରେ କଶ୍ମୀର ଉପତ୍ୟକାରେ ପ୍ରାୟ ୭ମାସ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା।
Image Source: Hindustan Timesସ୍କୁଲ୍ ଶିକ୍ଷା ନିର୍ଦେଶକ ମହମ୍ମଦ ୟୁନିସ୍ ମଲିକ କହିଛନ୍ତି ଯେ ସହରାଞ୍ଚଳରେ ସ୍କୁଲ୍ ପୂର୍ବାହ୍ନ ୧୦: ୩୦ରୁ ଅପରାହ୍ଣ ୩ଟାଯାଏଁ ଚାଲିବ। ମଫସଲ ଅଞ୍ଚଳରେ ସ୍କୁଲ୍ ସମୟ ହେଉଛି ପୂର୍ବାହ୍ନ ୧୦: ୩୦ରୁ ଅପରାହ୍ଣ ୩: ୩୦। ସ୍ୱାଭାବିକ ଭାବେ ଶିକ୍ଷାନୁଷ୍ଠାନ ଚାଲିବା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରାଯାଇଛି।
ନିୟମିତ ସ୍କୁଲ୍ ପରିଦର୍ଶନ କରିବାକୁ କ୍ଷେତ୍ର ଅଧିକାରୀମାନଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି। ସେମାନେ ଶିକ୍ଷାନୁଷ୍ଠାନରେ ଚାଲିଥିବା ଶିକ୍ଷାଦାନର ଅଗ୍ରଗତି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଦୃଷ୍ଟି ରଖିବେ।
Follow Us