ସମ୍ଭଲ ହିଂସା: ସ୍କୁଲ୍‌, କଲେଜ ଓ ଇଣ୍ଟ୍‌ନେଟ୍‌ ସେବା ବନ୍ଦ୍‌

ଉତ୍ତରପ୍ରଦେଶର ସମ୍ଭଲରେ ମୁଗଲ ଯୁଗର  ଏକ ଜାମା ମସଜିଦ୍  ସର୍ଭେ ପାଇଁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ନିଆଯାଇଥିବା ପଦକ୍ଷେପକୁ ବିରୋଧ କରି ବ୍ୟାପକ ‌ହିଂସା ହୋଇଛି। ଏହି ହିଂସାକାଣ୍ଡରେ ଏବେ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ପୁଲିସ୍‌ଙ୍କ ସମେତ ଅନେକ ଆହତ ହୋଇଛନ୍ତି।

Sambhal

ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲରେ ମୁଗଲ ଯୁଗର  ଏକ ଜାମା ମସଜିଦ୍  ସର୍ଭେ ପାଇଁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ନିଆଯାଇଥିବା ପଦକ୍ଷେପକୁ ବିରୋଧ କରି ବ୍ୟାପକ ‌ହିଂସା ହୋଇଛି। ଏହି ହିଂସାକାଣ୍ଡରେ ଏବେ ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ପୁଲିସ୍‌ଙ୍କ ସମେତ ଅନେକ ଆହତ ହୋଇଛନ୍ତି।

ଏହି ହିଂସାକାଣ୍ଡ କାରଣରୁ ସ୍ଥାନୀୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍କୁଲ୍‌ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି। ସଂପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍‌ ସେବାକୁ ବି ବନ୍ଦ ଘୋଷଣା କରିଛନ୍ତି। 

ଏହି ମସଜିଦ ଏକ ହିନ୍ଦୁ ମନ୍ଦିର ସ୍ଥଳରେ ନିର୍ମିତ ହୋଇଥିବା ଦାବିକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଇନଗତ ଲଢ଼େଇ ଏବେ ଭିନ୍ନ ମୋଡ଼ ନେଇଛି। ଜଣେ ଆଡଭୋକେଟ କମିସନରଙ୍କ ନେତୃତ୍ୱରେ  ଗତକାଲି ସର୍ଭେ ଟିମ୍ କାମ ଆରମ୍ଭ କରିବା ବେଳେ ମସଜିଦ୍ ନିକଟରେ ଭିଡ଼ ଜମିବାରୁ  ଉତ୍ତେଜନା ବଢ଼ିଥିଲା ଏବଂ ପରବର୍ତ୍ତୀ ସମୟରେ ଏହା ଭୀଷଣ ହିଂସାର ରୂପ ନେଇଥିଲା। ପୁଲିସକୁ ମସଜିଦ ଭିତରକୁ ପ୍ରବେଶ କରିବାରୁ ରୋକିବାକୁ  ପ୍ରାୟ ହଜାରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ସେମାନେ ପୁଲିସ କର୍ମଚାରୀଙ୍କ ଉପରକୁ ପ୍ରବଳ ପଥର ମାଡ଼ କରିଥିଲେ। ଏହା ସହ ଉତ୍ତ୍ୟକ୍ତ ଲୋକେ ୧୦ରୁ ଅଧିକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ପ୍ରୟାସ କରାଯାଇଥିଲା।ମୃତକମାନଙ୍କୁ ନଇମ, ବିଲାଲ ଓ ନୌମାନ ଭାବେ ଚିହ୍ନଟ କରାଯାଇଛି।  ଅନ୍ୟପକ୍ଷରେ ହିଂସାକାରୀଙ୍କ ଆକ୍ରମଣରେ ସ୍ଥାନୀୟ ଏସ୍‌ପି ମଧ୍ୟ ଆହତ ହୋଇଥିବା ମୁରାଦାବାଦ ଡିଭିଜନାଲ କମିସନର ଅଞ୍ଜନେୟ କୁମାର ସିଂହ କହିଛନ୍ତି। ଐତିହାସିକ ସତ୍ୟକୁ ଉନ୍ମୋଚନ କରିବା ଦିଗରେ ସର୍ଭେ ଏକ ଜରୁରୀ ପଦକ୍ଷେପ ବୋଲି ହିନ୍ଦୁ ପକ୍ଷ ଯୁକ୍ତି କରୁଥିବା ବେଳେ ବିରୋଧୀମାନେ ଏହାକୁ ଏକ ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ଭାବରେ ଦେଖୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe