ୟୁପିରେ ମେ ୧୫ ପର୍ଯ୍ୟନ୍ତ ବନ୍ଦ ହେଲା ସ୍କୁଲ; ୧୦ ଜିଲ୍ଲାରେ ରାତି କର୍ଫ୍ୟୁ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବୃଦ୍ଧି

Advertisment
ୟୁପିରେ ମେ ୧୫ ପର୍ଯ୍ୟନ୍ତ ବନ୍ଦ ହେଲା ସ୍କୁଲ; ୧୦ ଜିଲ୍ଲାରେ ରାତି କର୍ଫ୍ୟୁ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବୃଦ୍ଧି

NewsNation

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କରୋନାର ଦ୍ୱିତୀୟ ଲହର ଏକ ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି। ଦୈନିକ ନୂତନ ସଂକ୍ରମଣ ହାର ପ୍ରତ୍ୟେକ ଦିନ ବୃଦ୍ଧି ପାଇବାକୁ ଲାଗିଥବା ବେଳେ ପରିସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଠାରୁ ରାଜ୍ୟର ସ୍କୁଲଗୁଡ଼ିକୁ ଆସନ୍ତା ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଉଥିବା ରାଜ୍ୟର ସମସ୍ତ ସ୍କୁଲ ମେ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟ ମଧ୍ୟରେ କୌଣସି ପରୀକ୍ଷା କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି ଯେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ରାଜ୍ୟ ବୋର୍ଡ ପରୀକ୍ଷା ସ୍ଥଗିତ ରଖାଯାଇଛି ଏବଂ ଏହା କେବଳ ମେ ୨୦ ପରେ ହେବ।

publive-image

ଏଥିସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨,୦୦୦ରୁ ଅଧିକ ସକ୍ରିୟ କୋଭିଡ୍‌ ମାମଲା ଥିବା ରାଜ୍ୟର ୧୦ଟି ଜିଲ୍ଲାରେ ରାତି କର୍ଫ୍ୟୁ ସମୟକୁ ରାତି ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବୃଦ୍ଧି କରିଦେଇଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଲା ଲକ୍ଷ୍ନୌ, ପ୍ରୟାଗରାଜ, ବାରାଣାସୀ, କାନପୁର ନଗର, ଗୌତମ ବୁଦ୍ଧ ନଗର, ଗାଜିଆବାଦ, ମିରଟ, ଗୋରଖପୁର ଏବଂ ନୋଏଡ଼ା। ଆଜି ଉତ୍ତରପ୍ରଦେଶରେ ୨୦,୫୧୦ ନୂତନ କୋଭିଡ୍‌-୧୯ ମାମଲା ରିପୋର୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe