ପିଲାଙ୍କୁ ସ୍କୁଲ୍‌କୁ ଛାଡ଼ିବା ଲାଗି ଅଭିଭାବକଙ୍କ ସମ୍ମତି ଆବଶ୍ୟକ କି, ନାହିଁ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସ୍ଥିର କରିବେ: କେନ୍ଦ୍ର ସରକାର

ପିଲାଙ୍କୁ ସ୍କୁଲ୍‌କୁ ଛାଡ଼ିବା ଲାଗି ଅଭିଭାବକଙ୍କ ସମ୍ମତି ଆବଶ୍ୟକ କି, ନାହିଁ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସ୍ଥିର କରିବେ: କେନ୍ଦ୍ର ସରକାର

Image Courtesy of OneIndia

ନୂଆଦିଲ୍ଲୀ: ସ୍କୁଲ୍‌ ଖୋଲିବା ନିମନ୍ତେ ଆଜି କେନ୍ଦ୍ର ସରକାର ସଂଶୋଧିତ ମାର୍ଗଦର୍ଶିକା (ଗାଇଡ୍‌ଲାଇନ୍‌) ଜାରି କରିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ୍‌କୁ ଛାଡ଼ିବା ଲାଗି ପିତାମାତା ବା ଅଭିଭାବକମାନଙ୍କ ସମ୍ମତି ଆବଶ୍ୟକ କି, ନାହିଁ, ତାହା ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସ୍ଥିର କରିବେ ବୋଲି ଉକ୍ତ ମାର୍ଗଦର୍ଶିକାରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ କହିଛି।

ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ପୋର୍ଟାଲ୍‌ରେ ସ୍କୁଲ୍‌ ଖୋଲିବା ପାଇଁ ଅପ୍‌ଲୋଡ୍‌ ହୋଇଥିବା ସଂଶୋଧିତ ‘ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍‌ ପ୍ରୋସିଜ୍ୟୁୟର’ରେ (ଏସ୍‌ଓପି) ଉଲ୍ଲେଖ ଅଛି, ଶିକ୍ଷାର୍ଥୀମାନେ ପ୍ରତ୍ୟକ୍ଷ ଶ୍ରେଣୀରେ ଯୋଗ ଦେବା ନିମନ୍ତେ ଅଭିଭାବକମାନଙ୍କ ସମ୍ମତି ଆବଶ୍ୟକ କି, ନାହିଁ ତାହା ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ସ୍ଥିର କରିବେ।

ଏହା ବ୍ୟତିରେକେ, ସଂଶୋଧିକ ‘ଏସ୍‌ଓପି’ରେ ଆହୁରି କିଛି ଗୁରୁତ୍ବପୂର୍ଣ୍ଣ ନିର୍ଦେଶାବଳୀ ମଧ୍ୟ ରହିଛି। ‘ବ୍ରିଜ୍ କୋର୍ସ’ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଘର-ଭିତ୍ତିକ ଶିକ୍ଷାରୁ ଔପଚାରିକ ଶିକ୍ଷା ବା ସ୍କୁଲ୍‌କୁ ସୁରୁଖରୁରେ ଅଣାଯିବା ଉପରେ ଗୁରୁତ୍ବାରୋପ କରାଯିବା ଆବଶ୍ୟକ। ଏଥିପାଇଁ ଜ୍ଞାନାହାରଣସ୍ତରକୁ ଭିତ୍ତି କରି ଘରେ ପଢୁଥିବା ପିଲାମାନଙ୍କୁ ଚୟନ କରାଯିବା ଉଚିତ। ଶିକ୍ଷା ଗ୍ରହଣରେ ହୋଇଥିବା କ୍ଷତି ପୂରଣ କରିବା ଲାଗି ବ୍ୟାପକ ପ୍ରତିକାରମୂଳକ କାର୍ଯ୍ୟକ୍ରମ ପ୍ରଚଳନ କରାଯିବା ଉଚିତ। ଏଥିସହ, ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ଆବେଗିକ ସ୍ବଚ୍ଛନ୍ଦତା ପ୍ରତି ମଧ୍ୟ ସୁନିଶ୍ଚିତ ରହିବା ଉଚିତ।

publive-image Image Courtesy of ABP Live

ସ୍କୁଲ୍‌ ଛାଡୁଥିବା ପିଲାଙ୍କ ସଂଖ୍ୟା ହ୍ରାସ ନିମନ୍ତେ ‘ରାଜ୍ୟ ଶିକ୍ଷା ଅଧିକାର’ ନିୟମ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅନୁରୋଧ କରିଛି। ଏହି ନିୟମ ବଳରେ ରାଜ୍ୟମାନେ ୫ମ ରୁ ୮ମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀମାନଙ୍କୁ ଫେଲ୍‌ କରି ବା ଡିଟେଣ୍ଡ୍‌ କରି ରଖିପାରନ୍ତି। ତେଣୁ, ଚଳିତ ବର୍ଷ ଏହାକୁ କୋହଳ କରିବା ଲାଗି ‘ଆର୍‌ଟିଇ’ ସଂଶୋଧନ କରିବା ଲାଗି କେନ୍ଦ୍ର ସରକାର କହିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୫ ତାରିଖରେ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁସାରେ, ସ୍କୁଲ୍‌ ଆସିବାକୁ ଇଚ୍ଛୁକ ଶିକ୍ଷାର୍ଥୀମାନଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ଅଭିଭାବକଙ୍କ ସମ୍ମତି ବାଧ୍ୟତାମୂଳକ କରିଥିଲେ। ଏବେ ତାହାକୁ ଉପରୋକ୍ତ‌ମତେ ସଂଶୋଧନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧୭ ତାରିଖରେ ସଂଶୋଧିତ ‘ଏସ୍‌ଓପି’ ଜାରି ହେବା ପରେ ଦେଶରେ ତୃତୀୟ ଲହର୍‌ ଆସିବାରୁ କୋଭିଡ୍‌ ସଂକ୍ରମଣ ମାମାଲା ଦ୍ରୁତ ବେଗରେ ବୃଦ୍ଧି ପାଇବାରୁ ସରକାରୀ କର୍ତ୍ତୃପକ୍ଷମାନେ ପୁନଶ୍ଚ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe