ଅହମଦାବାଦ: ଗୁଜରାଟ ବାୟୋଟେକ୍ନୋଲଜି ରିସର୍ଚ ସେଣ୍ଟର୍ର (ଜିବିଆର୍ସି) ବୈଜ୍ଞାନିକମାନେ କରୋନାଭାଇରସ୍ କୋଭିଡ୍-୧୯ ‘ଡିଏନ୍ଏ’ ଅନୁକ୍ରମର ସମ୍ପୂର୍ଣ୍ଣ ଅନୁଶୀଳନ (ହୋଲ୍ ଜେନୋମ୍ ସିକ୍ବେନ୍ସ) କରିବାରେ ସଫଳତା ହାସଲ କରିଛନ୍ତି।
Reuters Image Courtesy of Zee Newsଦେଶର ପ୍ରଥମ ରାଜ୍ୟ ସରକାରୀ ପରୀକ୍ଷାଗାର ଭାବେ ‘ଜିବିଆର୍ସି’ ଏହି ସଫଳତା ହାସଲ କରିଥିବାରୁ ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ପୃକ୍ତ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛି। ଭୂତାଣୁର ସୃଷ୍ଟି, ପ୍ରୟୋଗ କରିବାକୁ ଥିବା ଔଷଧ, ଟିକା ଓ ସଂକ୍ରମଣର ମାରାତ୍ମକା ଆଦି ଜଣାଇବାରେ ହୋଲ୍ ଜେନୋମ୍ ସିକ୍ବେନ୍ସ ଗୁରତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
କୌଣସି ଏକ ନିର୍ଦ୍ଦିଷ୍ଟ ଅଣୁଜୀବର ସମ୍ପୂର୍ଣ୍ଣ ଡିଏନ୍ଏ ଅନୁକ୍ରମ ଅନୁଶୀଳନ କରି ଧାର୍ଯ୍ୟ କରିବାକୁ ‘ହୋଲ୍-ଜେନୋମ୍ ସିକ୍ବେନ୍ସିଙ୍ଗ୍’ ବ୍ୟବହାର କରାଯାଏ। ଏଥିପାଇଁ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇ ପଜିଟିଭ୍ ବାହାରିଥିବା ରୋଗୀଙ୍କ ସ୍ବାବ୍ ନମୁନାକୁ ସିକ୍ବେନ୍ସ ଲ୍ୟାବ୍କୁ ପଠାଯାଇଥିଲା।
ଏଠାରେ ପ୍ରକାଶଯୋଗ୍ୟ ଯେ ନଭେମ୍ବର ୨୦୧୯ରେ ଚୀନ୍ର ଊହାନ୍ ସହରରୁ ସୃଷ୍ଟି ହୋଇଥିବା ଏହି ମାରାତ୍ମକ ଭୂତାଣୁ ସମଗ୍ର ବିଶ୍ବରେ ପ୍ରାୟ ୧, ୨୦, ୦୦୦ ଲୋକଙ୍କର ଜୀବନ ନେଇ ସାରିଲାଣି। ସେଥିରୁ କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୨୫, ୦୦୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା କଥା ଜନ୍ ହପ୍କିନ୍ସ୍ ୟୁନିଭର୍ସିଟି କହିଛି।
Follow Us