ବୈଜ୍ଞାନିକମାନେ ତିଆରି କଲେ ମସ୍ତିଷ୍କ ଓ ସ୍ପନ୍ଦିତ ହୃତ୍‌ପିଣ୍ଡ ଥିବା ବିଶ୍ବର ପ୍ରଥମ କୃତ୍ରିମ ଭ୍ରୂଣ: ରିପୋର୍ଟ

Advertisment
ବୈଜ୍ଞାନିକମାନେ ତିଆରି କଲେ ମସ୍ତିଷ୍କ ଓ ସ୍ପନ୍ଦିତ ହୃତ୍‌ପିଣ୍ଡ ଥିବା ବିଶ୍ବର ପ୍ରଥମ କୃତ୍ରିମ ଭ୍ରୂଣ: ରିପୋର୍ଟ

Image Courtesy of NDTV

ନୂଆଦିଲ୍ଲୀ: କେମ୍ପ୍ରିଜ୍‌ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ମସ୍ତିଷ୍କ, ସ୍ପନ୍ଦିତ ହୃତ୍‌ପିଣ୍ଡ ଏବଂ ଶରୀରର ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗ ପାଇଁ ମୂଳାଧାର ବା ‘ବିଲଡିଙ୍ଗ୍‌ ବ୍ଲକ୍‌’ ଥିବା ବିଶ୍ବର ପ୍ରଥମ କୃତ୍ରିମ ଭ୍ରୂଣ ନିର୍ମାଣ କରିଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।

ମୂଷା ଶରୀରର କାଣ୍ଡ କୋଷିକା ବା ‘ଷ୍ଟେମ୍ ସେଲ୍‌’ରୁ ଉକ୍ତ ଭ୍ରୂଣ ସଞ୍ଚାର କରାଯାଇଛି ବୋଲି ମଧ୍ୟ ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ଗଣମାଧ୍ୟମ ପାଇଁ ବିଶ୍ବ ବିଦ୍ୟାଳୟରୁ ପ୍ରକାଶିତ ବିବୃତିରେ ଉଲ୍ଲେଖ ଅଛି, ଡିମ୍ବାଣୁ ଏବଂ ଔରସ ପରିବର୍ତ୍ତେ ପ୍ରଫେସର୍‌ ମ୍ୟାଗ୍‌ଡାଲିନା ଜେର୍ଣ୍ଣିକା-ଗୋଜ୍‌ ଶରୀର କାଣ୍ଡ କୋଷିକା ବ୍ୟବହାର କରି ଉକ୍ତ ଭ୍ରୂଣ ତିଆରି କରିଛନ୍ତି। ଏହି କାଣ୍ଡ କୋଷିକାକୁ ଯେକୌଣସି ପ୍ରକାର ଅଙ୍ଗ ପ୍ରତ୍ୟଙ୍ଗ ପାଇଁ ଆବଶ୍ୟକ କୋଷିକାର ରୂପ ଦେଇ ହେବ।

ଆଦିମ ସ୍ତନ୍ୟପାୟୀ ଜୀବଙ୍କ ଶରୀରରେ ଥିବା ୩ଟି ଭିନ୍ନ ପ୍ରକାରର କାଣ୍ଡକୋଷିକାକୁ ଗବେଷଣାଗାରରେ ରଖି ଏଭଳି ଅବସ୍ଥାକୁ ଅଣାଯାଇଛି ଯାହାଦ୍ବାରା ସେଗୁଡ଼ିକ ପ୍ରାକୃତିକ ପ୍ରକ୍ରିୟାକୁ ଅନୁସରଣ କରି ପରସ୍ପର ସହିତ ଭାବବିନିମୟ କଲେ ବୋଲି ସେଥିରେ ଉଲ୍ଲେଖ ଅଛି।

publive-image Image Courtesy of SciTechDaily

ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, କେତେକ ନିର୍ଦ୍ଦିଷ୍ଟ ପ୍ରକାରର ଗୁଣସୂତ୍ର ଉତ୍ପାଦନ କରାଇ ଓ ସ୍ବତନ୍ତ୍ର ପରିବେଶ ସୃଷ୍ଟି କରି ଗବେଷକମାନେ କାଣ୍ଡକୋଷିକାଗୁଡ଼ିକୁ ପରସ୍ପର ସହିତ ଭାବବିନିମୟ କରାଇବାକୁ ସମର୍ଥ ହୋଇଛନ୍ତି।

ଆମେ ପ୍ରସ୍ତୁତ କରିଥିବା ମୂଷା ଭ୍ରୂଣରେ କେବଳ ମସ୍ତିଷ୍କ ନୁହେଁ, ସ୍ପନ୍ଦନ କରୁଥିବା ହୃତ୍‌ପିଣ୍ଡ, ସମ୍ପୂର୍ଣ୍ଣ ଶରୀର ନିର୍ମାଣ ହେବା ପାଇଁ ଆବଶ୍ୟକ ଉପାଦାନ ମଧ୍ୟ ରହିଛି ବୋଲି ସେଥିରେ କୁହାଯାଇଛି।

ପ୍ରଫେସର୍‌ ମ୍ୟାଗ୍‌ଡାଲିନା ଜେର୍ଣ୍ଣିକା-ଗୋଜ୍‌ କହନ୍ତି, ଆମେ ଏମିତି କରିପାରିଛୁ ବୋଲି ବିଶ୍ବାସ କରିପାରୁନୁ। ବର୍ଷ ବର୍ଷ ଧରି ଏହା ଥିଲା ଆମ ଟିମ୍‌ର ପରିକଳ୍ପନା ଏବଂ ବହୁ ଦଶନ୍ଧି ଧରି ଚାଲିଥିବା ଆମ କାର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ। ପରିଶେଷରେ ଆମେ ତାହା ସାକାର କରିପାରିଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe