ଚିଙ୍ଗୁଡ଼ି ଚୋପାରେ ଦୀର୍ଘ ଦିନ ଯାଉଥିବା ବ୍ୟାଟେରି ତିଆରି କରିବାର ଉପାୟ ପାଇଛନ୍ତି ବୈଜ୍ଞାନିକ: ରିପୋର୍ଟ

Advertisment
ଚିଙ୍ଗୁଡ଼ି ଚୋପାରେ ଦୀର୍ଘ ଦିନ ଯାଉଥିବା ବ୍ୟାଟେରି ତିଆରି କରିବାର ଉପାୟ ପାଇଛନ୍ତି ବୈଜ୍ଞାନିକ: ରିପୋର୍ଟ

Image Courtesy of NDTV

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ମେରିଲାଣ୍ଡ୍‌ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଚିଙ୍ଗୁଡ଼ି ଓ କଙ୍କଡ଼ା ଆଦି ପ୍ରାଣୀଙ୍କ ଖୋଳପାରେ ଥିବା ଗୋଟାଏ ପ୍ରକାର ଅଭିନବ ରାସାୟନିକ ପଦାର୍ଥ ଆବିଷ୍କାର କରିଛନ୍ତି ଯାହାକୁ ବିଜୁଳିଶକ୍ତି ସଞ୍ଚୟ କରୁଥିବା ଦୀର୍ଘସ୍ଥାୟୀ ବ୍ୟାଟେରି ନିର୍ମାଣରେ ବ୍ୟବହାର କରାଯାଇ ପାରିବ ବୋଲି ‘ନିଉଜ୍‌ଉଇକ୍‌’ ରିପୋର୍ଟ କରିଛି। ‘ଚିଟିନ୍‌’ ନାମକ ଉକ୍ତ ରାସାୟନିକ ପଦାର୍ଥ ଉପରୋକ୍ତ ଜଳଜୀବଙ୍କ ଖୋଳପାର ବହୁଳାଂଶରେ ରହିଛି।

‘ଏ ସଷ୍ଟେନେବଲ୍‌ ଚିଟୋସାନ୍‌-ଜିଙ୍ଗ୍‌ ଇଲେକ୍ଟ୍ରୋଲାଇଟ୍‌ ଫର୍‌ ହାଇ-ରେଟ୍‌ ଜିଙ୍କ୍‌-ମେଟାଲ୍‌ ବ୍ୟାଟେରିଜ୍‌’ ଶୀର୍ଷକ ଉକ୍ତ ଗବେଷକମାନଙ୍କ ଅଧ୍ୟୟନ ଗୁରୁବାର ଦିନ ‘ମ୍ୟାଟର୍‌’ ପତ୍ରିକାରେ ପ୍ରକାଶ ପାଇଛି। ଏହି ଗବେଷଣାର ନେତୃତ୍ବ ନେଇଛନ୍ତି ‌ମେରିଲାଣ୍ଡ୍ ବିଶ୍ବବିଦ୍ୟାଳୟର ପ୍ରଫେସର୍‌ ଲିଆଙ୍ଗବିଙ୍ଗ୍‌ ହୁ।

publive-image Image Courtesy of The Guardian

ସେ କହିଛନ୍ତି, ଆମେ ଜୈବବିଘଟନ ସାମଗ୍ରୀ ବା ପରିବେଶ ଉପରେ କୁପ୍ରଭାବ ପକାଉ ନ ଥିବା ସାମଗ୍ରୀ ଏବଂ ବ୍ୟାଟେରିର କାର୍ଯ୍ୟଦକ୍ଷତା ଉପରେ ଦୃଷ୍ଟି ଦେବା ଉପରେ ଚିନ୍ତା କରିଛୁ। କାରଣ ଏବେ ପ୍ରଚଳିତ ‘ଲିଥିୟମ୍‌-ଆଇୟନ୍‌’ ଏବଂ ଅନ୍ୟାନ୍ୟ ଉପାଦନରେ ନିର୍ମିତ ବ୍ୟାଟେରି ସବୁ ବିଘଟନ ହେବାକୁ ହଜାର ହଜାର ବର୍ଷ ଲାଗିଯାଉଛି। ଏହାଛଡ଼ା, ସମୟେ ସମୟେ ‘ଲିଥିୟମ୍‌-ଆଇୟନ୍‌’ ବ୍ୟାଟେରିରେ ବିସ୍ଫୋରଣ ଯୋଗୁଁ ବିପଦ ସୃଷ୍ଟି ହେଉଛି।

କିନ୍ତୁ, ଆବିଷ୍କୃତ ‘ଚିଟୋସାନ୍‌ ଇଲେକ୍ଟ୍ରୋଲାଇଟ୍‌’କୁ ଦସ୍ତା ବା ‘ଜିଙ୍କ୍‌’କୁ ମିଶାଇ ପ୍ରାକୃତିକ ଭାବେ ସୃଷ୍ଟି ହୋଇପାରୁଥିବା ଧାତୁ ପ୍ରସ୍ତୁତ କରିହେଉଛି। ଏଥିରେ ବ୍ୟାଟେରି ପ୍ରସ୍ତୁତି କଲେ ତାହା ଶସ୍ତା ପଡ଼ିବା ସହ ନିରାପଦ ହେବ ବୋଲି ହୁ’ଙ୍କ ଟିମ୍‌ କହିଛି।

ଆବିଷ୍କୃତ ଉପାୟକୁ ଭବିଷ୍ୟତରେ ବ୍ୟାବସାୟିକ କ୍ଷେତ୍ରରେ ଲାଗୁ କରାଯିବାର ସମ୍ଭାବନା ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe