Image Courtesy of India Today
କେପ୍ କାନାଭରାଲ୍: ‘ନାସା’ ଆପୋଲୋ ମହାକାଶଯାନର ମହାକାଶଚାରୀମାନଙ୍କଦ୍ବାରା ସଂଗୃହୀତ ମାଟିରେ ପ୍ରଥମ କରି ବୈଜ୍ଞାନିକମାନେ ଗଛ ଲଗାଇଛନ୍ତି। ଚନ୍ଦ୍ରରୁ ସଂଗୃହୀତ ଅନୁର୍ବର ମାଟିରୁ ଅଙ୍କୁରୋଦ୍ଗମ (ମଞ୍ଜିରୁ ଗଜାବାହାରିବା) ହେବା ନ ହେବା ଉପରେ ଗବେଷକମାନଙ୍କର କୌଣସି ଧାରଣା ନ ଥିଲା। ତେଣୁ, ପରୀକ୍ଷାମୂଳକ ଭାବେ ସେମାନେ ଉକ୍ତ ମାଟିରେ ମଞ୍ଜି ଲଗାଇଥିଲେ। ଫଳାଫଳ ଯାହା ହେଲା, ତାହା ସେମାନଙ୍କୁ ଆଚମ୍ବିତ କରି ପକାଇଲା।
ଫ୍ଲୋରିଡା ବିଶ୍ବବିଦ୍ୟାଳୟର ‘ଖାଦ୍ୟ ଓ କୃଷିବିଜ୍ଞାନ ପ୍ରତିଷ୍ଠାନ’ର ରବର୍ଟ ଫେର୍ଲ କହିଛନ୍ତି: ଆଚମ୍ବିତ କଥା। ଚନ୍ଦ୍ରପୃଷ୍ଠର ମୃତ୍ତିକାରେ ବି ଗଛ ଉଠୁଛି?
Image Courtesy of India Todayଉଲ୍ଲେଖଯୋଗ୍ୟ, ଫେର୍ଲ ଏବଂ ତାଙ୍କର ସହଯୋଗୀମାନେ ଆପୋଲୋ ୧୧ରେ ଚନ୍ଦ୍ରକୁ ଯାଇ ନିଲ୍ ଆର୍ମଷ୍ଟ୍ରଙ୍ଗ୍, ବଜ୍ ଆଲ୍ଡ୍ରିନ୍ ଏବଂ ଅନ୍ୟମାନେ ସଂଗ୍ରହ କରିଥିବା ମୃତ୍ତିକାରେ ‘ମୂଷାକାନି’ ମଞ୍ଜି ଲଗାଇଥିଲେ। ସୌଭାଗ୍ୟକୁ ସବୁତମ ମଞ୍ଜି ମାରିଲା। କିନ୍ତୁ, ପ୍ରଥମ ସପ୍ତାହ ପରେ ଦେଖା ଗଲା ଯେ, ଫୁଲ ଫୁଟୁଥିବା ଛୋଟ ଗଛ ‘ମୂଷାକାନି’ ଚନ୍ଦ୍ରପୃଷ୍ଠ ମାଟିରେ ଭଲ ଉଧାଉ ନାହିଁ। ମହାକାଶଚାରୀମାନେ ଚନ୍ଦ୍ରରୁ ମାତ୍ର ୩୮୨ କିଲୋ ମାଟି ସଂଗ୍ରହ କରି ଆଣିଥିଲେ।
ଏହି ପରୀକ୍ଷାର ଫଳାଫଳ ଗୁରୁବାର ଦିନ ‘କମ୍ୟୁନିକେସନ୍ସ୍ ବାୟୋଲୋଜି’ରେ ପ୍ରକାଶ ପାଇଛି। ୱିସ୍କୋନ୍ସିନ୍-ମାଡିସନ୍ ବିଶ୍ବବିଦ୍ୟାଳୟର ମହାକାଶ ଉଦ୍ଭିଦ ବିଜ୍ଞାନୀ ସାଇମନ୍ ଜିଲ୍ରୟ କହିଛନ୍ତି, ନ ଉଧାଉ ପଛେ, ଗଛ ଉଠୁଛି। ତାହାହିଁ ବଡ଼ କଥା। ଏବେ କଥା ହେଲା ଚନ୍ଦ୍ରକୁ ଯାଇ ସେଠାରେ ବୃକ୍ଷରୋପଣ କରିବା।
Follow Us