ମୁହଁ ଖୋଲିଲେ ସିନ୍ଧିଆ, ପାଇଲଟ୍‌ଙ୍କ ପ୍ରତି ଅନ୍ୟାୟରେ ଦୁଃଖିତ

Advertisment
ମୁହଁ ଖୋଲିଲେ ସିନ୍ଧିଆ, ପାଇଲଟ୍‌ଙ୍କ ପ୍ରତି ଅନ୍ୟାୟରେ ଦୁଃଖିତ

The Indian Express

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ଚାଲିଥିବା କ୍ଷମତା ଲଢ଼େଇରେ ଏବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ସାମିଲ ହୋଇଯାଇଛନ୍ତି। ସିନ୍ଧିଆ କହିଛନ୍ତି ଯେ ଗେହଲଟ ସରକାରରେ ସଚିନ ପାଇଲଟ୍‌ଙ୍କ ପ୍ରତି ଅନ୍ୟାୟ କରାଯାଇଛି। କଂଗ୍ରେସରେ ଯୋଗ୍ୟତାର କୌଣସି ଗୁରୁତ୍ବ ନାହିଁ ଏବଂ ଏବଂ ପାଇଲଟ୍‌ଙ୍କ କ୍ଷେତ୍ରରେ ଯାହା ଘଟିଛି ତାହା ତାଙ୍କୁ ବହୁତ ଦୁଃଖ ଦେଇଛି। ପାଇଲଟ୍‌ଙ୍କ ସହିତ ପ୍ରାୟ ୩୦ ଜଣ ବିଧାୟକ ଦୃଢ଼ ଭାବେ ରହିଥିବାରୁ ଏବେ ଗେହଲଟ ସରକାରଙ୍କ ଭାଗ୍ୟ ତାଙ୍କ ହାତରେ ରହିଛି। ଏସ୍‌ଓଜି (ସ୍ପେସାଲ୍‌ ଅପରେସନ ଗ୍ରୁପ୍‌) ଗଠନ କରି ପାଇଲଟ୍‌ଙ୍କୁ ଅପମାନିତ କରିବା ପାଇଁ ଗେହଲଟଙ୍କ ଯୋଜନା ତାଙ୍କୁ ମହଙ୍ଗା ପଡ଼ିବ ବୋଲି ମଧ୍ୟ ରାଜସ୍ଥାନ କଂଗ୍ରେସର କେତେକ ବରିଷ୍ଠ ନେତା କହିଛନ୍ତି। ତେବେ ଗେହଲଟ ଏହି ମାମଲାରେ କହିଛନ୍ତି ଯେ କଂଗ୍ରେସ ବିଧାୟକ ଦଳର ଅଭିଯୋଗ ଆଧାରରେ ଏସ୍‌ଓଜି ବିଧାୟକଙ୍କୁ ନୋଟିସ୍‌ କରିଛି, କିନ୍ତୁ ଏହାକୁ କିଛି ଗଣମାଧ୍ୟମ ଭିନ୍ନ ଢ଼ଙ୍ଗରେ ପ୍ରସ୍ତୁତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe