ଏସ୍‌ସିଓ ଶିଖର ସମ୍ମିଳନୀ: ବିକାଶ ଓ ଅଭିବୃଦ୍ଧିରେ ଆତଙ୍କବାଦ ବାଧକ

ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀରେ ପାକିସ୍ତାନକୁ କଡ଼ା ସମାଲୋଚନା କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ଯଦି ଦୁଇ ଦେଶ ମଧ୍ୟରେ ସୀମାପାର କାର୍ଯ୍ୟକଳାପରେ ଉଗ୍ରବାଦ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦିଆଯାଏ, ତେବେ ଏହା ଦ୍ୱିପାକ୍ଷିକ ବାଣିଜ୍ୟ...

adadaddawe

ଇସଲାମାବାଦ: ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀରେ ପାକିସ୍ତାନକୁ କଡ଼ା ସମାଲୋଚନା କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ଯଦି ଦୁଇ ଦେଶ ମଧ୍ୟରେ ସୀମାପାର କାର୍ଯ୍ୟକଳାପରେ ଉଗ୍ରବାଦ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦିଆଯାଏ, ତେବେ ଏହା ଦ୍ୱିପାକ୍ଷିକ ବାଣିଜ୍ୟ, ସମ୍ପର୍କ ଓ ଅନ୍ୟାନ୍ୟ କାର୍ଯ୍ୟକଳାପରେ ସହାୟକ ହେବାର ସମ୍ଭାବନା ନାହିଁ। ଜୟଶଙ୍କର କହିଛନ୍ତି,  ବିକାଶ ଓ ଅଭିବୃଦ୍ଧି ପାଇଁ ଶାନ୍ତି ଓ ସ୍ଥିରତା ଦରକାର। ସେଥିପାଇଁ ‘ତିନୋଟି କୁକର୍ମ’ର ମୁକାବିଲା କରିବାକୁ ପଡ଼ିବ। ଯଦି ସୀମାପାର କାର୍ଯ୍ୟକଳାପରେ ଆତଙ୍କବାଦ, ଉଗ୍ରବାଦ ଓ ବିଚ୍ଛିନ୍ନତାବାଦର ପ୍ରାବଲ୍ୟ ଦେଖିବାକୁ ମିଳେ, ତେବେ ଏହା ବାଣିଜ୍ୟ, ଶକ୍ତିପ୍ରବାହ, ଯୋଗାଯୋଗ ଓ ଲୋକମାନଙ୍କ ମଧ୍ୟରେ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବ ନାହିଁ ବୋଲି ଜୟଶଙ୍କର ଇସଲାମାବାଦରେ ଦୁଇଦିନିଆ ଶିଖର ସମ୍ମିଳନୀରେ କହିଛନ୍ତି।

ପାକିସ୍ତାନ ଓ ଚୀନ୍‌କୁ ଆଇନା ଦେଖାଇଲେ ଜୟଶଙ୍କର
ବିଶ୍ବାସ ଓ ଉତ୍ତମ ପଡ଼ୋଶୀପଣ ଆବଶ୍ୟକ

ଆତଙ୍କବାଦ, ବିଚ୍ଛିନ୍ନତାବାଦ ଓ ଉଗ୍ରବାଦର ମୁକାବିଲା ପାଇଁ ଏସ୍‌ସିଓର ପ୍ରାଥମିକ ଲକ୍ଷ୍ୟ ବର୍ତ୍ତମାନ ସମୟରେ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ଜଗତୀକରଣ ଓ ପୁନଃସନ୍ତୁଳନ ବର୍ତ୍ତମାନର ବାସ୍ତବତା ଏବଂ ଏସ୍‌ସିଓ ଦେଶଗୁଡ଼ିକ ଏହାକୁ ଆଗକୁ ନେବା ଆବଶ୍ୟକ। ଚୀନ୍‌ର ଭାରତ ବିରୋଧୀ ଆଭିମୁଖ୍ୟକୁ ଇଙ୍ଗିତ କରି ଜୟଶଙ୍କର କହିଛନ୍ତି, ଏଥିପାଇଁ ସଚ୍ଚୋଟ କଥାବାର୍ତ୍ତା, ବିଶ୍ୱାସ, ଉତ୍ତମ ପଡ଼ୋଶୀପଣ ଏବଂ ଏସ୍‌ସିଓ ଚାର୍ଟର ପ୍ରତି ପ୍ରତିବଦ୍ଧତା ଆବଶ୍ୟକ। ଚଳିତ ବର୍ଷ ଏସ୍‌ସିଓ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିଥିବାରୁ ସେ ପାକିସ୍ତାନକୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ସଫଳ ଅଧ୍ୟକ୍ଷତା ପାଇଁ ଭାରତ ସମ୍ପୂର୍ଣ୍ଣ ସମର୍ଥନ ଦେଇଛି।

ରାଜନୈତିକ, ଅର୍ଥନୈତିକ, ଅନ୍ତର୍ଜାତୀୟ ନିରାପତ୍ତା ଓ ପ୍ରତିରକ୍ଷା ସହଯୋଗ ପାଇଁ ୟୁରେସିଆ ଦେଶମାନଙ୍କର ଫୋରମ୍ ଏସ୍‌ସିଓ ଶିଖର ସମ୍ମିଳନୀରେ ଜୟଶଙ୍କର ଭାରତର ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି। ପାଖାପାଖି ଏକ ଦଶନ୍ଧି ମଧ୍ୟରେ କୌଣସି ବରିଷ୍ଠ ଭାରତୀୟ ନେତାଙ୍କର ଏହା ପ୍ରଥମ ପାକିସ୍ତାନ ଗସ୍ତ। ତେବେ ଏହି ଅବସରରେ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ଆଲୋଚନା ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe