ସିଙ୍ଗାପୁର ଅଭିମୁଖେ ଯାଉଥିବା ସ୍କଟ ଏୟାରଲାଇନ୍ସର ବିମାନ ଚେନ୍ନାଇରେ କଲା ଜରୁରୀକାଳୀନ ଅବତରଣ, ସମସ୍ତ ଯାତ୍ରୀ ସୁରକ୍ଷିତ

ସିଙ୍ଗାପୁର ଅଭିମୁଖେ ଯାଉଥିବା ସ୍କଟ ଏୟାରଲାଇନ୍ସର ବିମାନ ଚେନ୍ନାଇରେ କଲା ଜରୁରୀକାଳୀନ ଅବତରଣ, ସମସ୍ତ ଯାତ୍ରୀ ସୁରକ୍ଷିତ

Times Now

ଚେନ୍ନାଇ/ ନୂଆଦିଲ୍ଲୀ: ୧୬୧ ଜଣ ଯାତ୍ରୀଙ୍କୁ ଧରି ସିଙ୍ଗାପୁର ଅଭିମୁଖେ ଉଡ଼ାଣ ଭରୁଥିବା ସ୍କଟ ଏୟାରଲାଇନ୍ସର ଏକ ବିମାନରୁ ଧୂଆଁ ବାହାରୁଥିବା ଦେଖିବା ପରେ ସଂପୃକ୍ତ ବିମାନର ପାଇଲଟ ଜଣକ ବିମାନଟିକୁ ଚେନ୍ନାଇ ଅନ୍ତର୍ଜାତିକ ବିମାନ ବନ୍ଦରରେ ଆଜ ପ୍ରତ୍ୟୁଷରେ ଜରୁରୀକାଳୀନ ଅବତରଣ କରାଇଥିବା ଏବଂ ଏହି ଘଟଣାରେ ସମସ୍ତ ୧୬୧ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜାଣିବାକୁ ମିଳିଛି।

publive-image Times Now

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ସ୍କଟ ଏୟାରଲାଇନ୍ସର ଟିଆର୍‌୫୬୭ ନମ୍ବର ବିଶିଷ୍ଟ ବିମାନଟି ଆଜି ପ୍ରତ୍ୟୁଷରେ ତ୍ରିଚୁରାପଲ୍ଲୀ ବିମାନ ବନ୍ଦରରୁ ସିଙ୍ଗପୁର ଅଭିମଖେ ଉଡ଼ାଣ ଭରିଥିଲା। ତେବେ, ବିମାନଟି ମଝି ଆକାଶରେ ଉଡ଼ାଣ ଭରୁଥିବା ବେଳେ ବିମାନର ପାଇଲଟ ବିମାନର ଜିନିଷପତ୍ର ରଖାଯିବା ପାଇଁ ଥିବା ଉଦ୍ଦିଷ୍ଟ ସ୍ଥାନ (କାର୍ଗୋ ଏରିଆ)ର ଧୂଆଁ ବାହାରୁଥିବା ଦେଖିବା ପରେ ବିମାନର ଗତିପଥ ବଦଳାଇ ବିମାନଟିକୁ ଚେନ୍ନାଇ ଆନ୍ତର୍ଜାତିକ ବିମାନ ବନ୍ଦର ଅଭିମୁଖେ ନେବା ସହ ପ୍ରତ୍ୟୁଷ ୩ଟା ୪୧ ମିନିଟରେ ବିମାନଟିକୁ ସେଠାରେ ଜରୁରୀକାଳୀନ ଅବତରଣ କରାଇଥିଲେ। ଏହି ଘଟଣାରେ ବିମାନଟି ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଯିବା ସହ ବିମାନରେ ଥିବା ସମସ୍ତ ୧୬୧ ଜଣ ଯାତ୍ରୀ ସୁରକ୍ଷିତ ରହିଥିଲେ। ଏହି ଘଟଣା ପରେ ସ୍କଟ ଏୟାରଲାଇନ୍ସର ଆଉ ଏକ ବିମାନ ସିଙ୍ଗପୁରରୁ ଚେନ୍ନାଇ ଆସିବା ସହ ଚେନ୍ନାଇ ବିମାନ ବନ୍ଦରରେ ଅଟକ ଥିବା ଏହି ୧୬୧ ଜଣ ଯାତ୍ରୀଙ୍କୁ ଧରି ସିଙ୍ଗପୁର ଅଭିମୁଖେ ଉଡ଼ାଣ ଭରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe