ଭୟାବହ ଦୁର୍ଘଟଣାର ଶିକାର ହେଲେ ସ୍କୁଟି ଚାଳକ; ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ

Advertisment

ଦ୍ରୁତଗତିରେ ଯାଉଥିବା ବେଳେ ଟ୍ରକ ଓ ପିକଅପ ଭ୍ୟାନ ସହିତ ମୁହାଁମୁହିଁ ହେଲେ ସ୍କୁଟି ଚାଳକ। ଭାଇରାଲ ଭିଡିଓରେ ଦୁର୍ଘଟଣାର ଭୟାବହ ଦୃଶ୍ୟ ଦେଖିବା ପରେ ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଦଇବ ହୋଇଛି ଶାହା.... ବ୍ୟକ୍ତିଙ୍କର ଭାଗ୍ୟ ଭଲ ଥିଲା ।

gsnthu

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାର ସବୁଠାରୁ ବଡ଼ କାରଣ ହେଉଛି ଅସାବଧାନତା ଏବଂ ଶୀଘ୍ରତା। ସମୟସମୟରେ ସାମାନ୍ୟ ଭୁଲ ବି ମଣିଷର ଜୀବନ ନେଇ ଯାଉଥିବା ବେଳେ ଏମିତି କିଛି ଘଟଣା ଅଛି ଯେଉଁଥିରେ ମଣିଷ ମୃତ୍ୟୁ ମୁଖରୁ ବି ଫେରି ଆସିଥାଏ। ଏମିତି ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି।

ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣା ଦେଖି ଲୋକଙ୍କ ଲୋମମୂଳ ଟାଙ୍କୁରି ଉଠୁଛି। ଦଇବ ହୋଇଛି ଶାହା.... ବ୍ୟକ୍ତିଙ୍କର ଭାଗ୍ୟ ଭଲ ଥିଲା ବୋଲି ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଆସିଥିବା ଲୋକେ ପ୍ରତିକ୍ରିୟା ଦେଇଛନ୍ତି। 

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଜଣେ ସ୍କୁଟି ଆରୋହୀ ଦ୍ରୁତ ଗତିରେ ଯାଉଥିବା ବେଳେ ଏକ ଟ୍ରକ ସହିତ ମୁହାଁମୁହିଁ ହୋଇଥିଲେ। ଏହା ପରେ ସେ ଏକ ପିକଅପ ଭ୍ୟାନର ବି ସାମ୍ନା କରିଥିଲେ।

ଏ ଦୃଶ୍ୟ ଦେଖି ପରବର୍ତ୍ତୀ ମୁହୂର୍ତ୍ତରେ ଉକ୍ତ ସ୍କୁଟି ଆରୋହୀଙ୍କ ଜୀବନ କେଉଁ ମୋଡ଼ ନେବ ତାହା କଳ୍ପନା କରାଯାଇ ପାରୁ ନଥିଲା।  କିଛି ସମୟ ପରେ ଭିଡିଓରେ ବ୍ୟକ୍ତି ଜଣକ ସୁରକ୍ଷିତ ଥିବା ନଜର ଆସୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe