ତେହେରାନ: ଇରାନରେ ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା ନେଇ ଇସଲାମିକ ସରକାର ବିରୋଧରେ ପ୍ରତିବାଦ ପ୍ରଦର୍ଶନ ଚାଲିଛି। ଏହି ପ୍ରତିବାଦ ଦେଶର ଅନେକ ସ୍ଥାନରେ କରାଯାଉଛି। ଏହି ସମୟରେ, ଇରାନର ନିର୍ବାସିତ ଯୁବରାଜ ରେଜା ପହଲାଭି ଖୋଲାଖୋଲି ଭାବରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଟ୍ରମ୍ପ୍ କହିଥିଲେ ଯେ, ଯଦି ଇରାନର ଇସଲାମିକ ସରକାର ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା କରନ୍ତି, ତେବେ ଆମେରିକା ହସ୍ତକ୍ଷେପ କରିବ। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ରେଜା ପହଲାଭି ଲେଖିଛନ୍ତି, ଯଦି ଇସଲାମିକ ଗଣରାଜ୍ୟର ଶାସନ ପତନ ହୁଏ ଏବଂ ଲକ୍ଷ ଲକ୍ଷ ନାଗରିକ ରାସ୍ତାକୁ ଓହ୍ଲାଇ ଆସନ୍ତି, ତେବେ ଏକ "ସ୍ଥିର ପରିବର୍ତ୍ତନ" ପାଇଁ ମୋର ଏକ ଯୋଜନା ଅଛି।
ଆହୁରି ପଢ଼ନ୍ତୁ:Saudi Arabia New Advisory:ସାଉଦି ଆରବ ଯାତ୍ରା ଏବେ ନୁହେଁ ସହଜ, ନୂଆ ମାର୍ଗଦର୍ଶିକା ଜାରି
ଇରାନବାସୀଙ୍କ ମନରେ ନୂଆ ଆଶା ଜାଗ୍ରତ
ଡୋନାଲ୍ଡ ଟ୍ରମ୍ପ୍ଙ୍କ ସମ୍ପର୍କରେ, ଯୁବରାଜ ଆହୁରି କହିଛନ୍ତି, ଆପଣ ଇସଲାମିକ ଗଣରାଜ୍ୟର ଅପରାଧୀ ନେତାମାନଙ୍କୁ ଯେଉଁ ଚେତାବନୀ ଦେଇଛନ୍ତି ତାହା ମୋ ଲୋକମାନଙ୍କୁ ଅଧିକ ସଶକ୍ତ କରିଛି ଏବଂ ସେମାନଙ୍କ ମନରେ ନୂଆ ଆଶା ଜାଗ୍ରତ ହୋଇଛି। ସେମାନଙ୍କର ଆଶା ରହିଛି, ଶେଷରେ, ଆମେରିକାର ଜଣେ ରାଷ୍ଟ୍ରପତି ସେମାନଙ୍କ ସହିତ ଦୃଢ଼ ଭାବରେ ଠିଆ ହେବେ।
ଟ୍ରମ୍ପ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଥିଲେ, ଯଦି ଇସଲାମିକ ଗଣରାଜ୍ୟ ଶାନ୍ତିପୂର୍ଣ୍ଣ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା କରେ ତେବେ ଆମେରିକା ଇରାନରେ ସରକାର ବିରୋଧୀ ପ୍ରତିବାଦକାରୀଙ୍କ ସହାୟତା କରିବ ଏବଂ ଏପରି ପରିସ୍ଥିତି ପାର୍ଇ ଆମେରିକା ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି।
ରେଜା ପହଲାଭି ତାଙ୍କ ପୋଷ୍ଟରେ କହିଛନ୍ତି, ସରକାର ବିରୋଧୀ ପ୍ରଦର୍ଶନକାରୀମାନେ ନିଜ ଜୀବନକୁ ବିପଦରେ ପକାଇ ମୋ ପାଇଁ ଏକ ଦାୟିତ୍ୱ ସହ ବାର୍ତ୍ତା ପଠାଉଛନ୍ତି। ଇରାନ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ପୁନର୍ବାର ସ୍ଥାପନ କରିବା ଯାହା ପୂର୍ବରୁ ଥିଲା ଏବଂ ମଧ୍ୟପ୍ରାଚ୍ୟରେ ଶାନ୍ତି ତଥା ସମୃଦ୍ଧି ଆଣିବା। ପହଲାଭି ତାଙ୍କ ପୋଷ୍ଟରେ କହିଛନ୍ତି, ଯଦି ଇସଲାମିକ ଗଣରାଜ୍ୟ ଶାସନର ପତନ ହୁଏ, ତେବେ ସ୍ଥିର ପରିବର୍ତ୍ତନ ପାଇଁ ମୋର ଏକ ଯୋଜନା ଅଛି। ସେ ଏହା ମଧ୍ୟ କହିଛନ୍ତି ଯେ ,ମୋ ପାଖରେ ଲୋକଙ୍କ ସମର୍ଥନ ରହିଛି।
ନିଜ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ପାର୍ସୀ ଭାଷାରେ ଇରାନୀମାନଙ୍କୁ ସମ୍ବୋଧିତ କରି ପହଲାଭି କହିଛନ୍ତି, ଇସଲାମିକ ଗଣରାଜ୍ୟ"ତେହେରାନରେ ଲୋକଙ୍କୁ ଏକାଠି ହେବାରୁ ରୋକିବାକୁ ଚେଷ୍ଟା କରୁଛି କାରଣ ଇରାନ ଭଲ ଭାବରେ ଜାଣେ ଯେ ତେହେରାନ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରଗୁଡ଼ିକର ରାସ୍ତା ଦଖଲ କରିବା ଶାସକଙ୍କର ପତନକୁ ତ୍ୱରାନ୍ୱିତ କରିବ।
ଇରାନରେ ଇସଲାମିକ ଶାସନର ପତନ ହେବାର ଆଶଙ୍କା ରହିଛି। ୧୯୭୯ ପୂର୍ବରୁ, ଇରାନରେ ଶାହ ମହମ୍ମଦ ରେଜା ପହଲଭି ଶାସନ କରୁଥିଲେ, ଯାହାଙ୍କୁ ଆମେରିକାର ସମର୍ଥନ ମିଳିଥିଲା।
ରେଜା ପହଲଭି ଶାହଙ୍କ ଏକଛତ୍ରବାଦୀ ଶାସନ, ଦୁର୍ନୀତି ଏବଂ ଦମନମୂଳକ ନୀତି ବିରୋଧରେ ଇରାନରେ ବିଶାଳ ପ୍ରତିବାଦ ହୋଇଥିଲା। ସେହି ପ୍ରତିବାଦର ସବୁଠାରୁ ବଡ଼ ଚେହେରା ଭାବରେ ଉଭା ହୋଇଥିଲେ କଠୋରପନ୍ଥୀ ଇସଲାମିକ ନେତା ଆୟତୋଲ୍ଲା ରୁହୋଲ୍ଲା ଖୋମେନି ଶାହ।
ଇରାନର ମସଜିଦଗୁଡ଼ିକରେ ଖୋମେନିଙ୍କ ଭାଷଣ ପ୍ରଦର୍ଶିତ ହୋଇଥିଲା, ତାଙ୍କ ଭାଷଣର କ୍ୟାସେଟ୍ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରାଯାଉଥିଲା।୧୯୭୮-୭୯ ମସିହାରେ, ସାରା ଦେଶରେ ବଡ଼ ଧରଣର ପ୍ରତିବାଦ ଏବଂ ଆନ୍ଦୋଳନ ହୋଇଥିଲା। ଜାନୁଆରି ୧୯୭୯ରେ, ଶାହ ରେଜା ପହଲାଭିଙ୍କୁ ଇରାନ ଛାଡି ପଳାଇବାକୁ ପଡିଥିଲା।
President Trump, thank you for your strong leadership and support of my compatriots. This warning you have issued to the criminal leaders of the Islamic Republic gives my people greater strength and hope—hope that, at last, a President of the United States is standing firmly by… https://t.co/1H12Z77uCEpic.twitter.com/G3TyrkJTy6
— Reza Pahlavi (@PahlaviReza) January 2, 2026
ଫେବ୍ରୁଆରି ୧୯୭୯ରେ, ଆୟାତୋଲ୍ଲା ଖୋମେନି ଇରାନକୁ ଫେରି ଏକ ଇସଲାମିକ ସରକାର ଗଠନ କରିଥିଲେ। ଏପ୍ରିଲ ୧୯୭୯ରେ ଅନୁଷ୍ଠିତ ଏକ ଜନମତ ସଂଗ୍ରହରେ ଇରାନକୁ "ଇସଲାମିକ୍ ଗଣରାଜ୍ୟ" ବୋଲି ଘୋଷଣା କରାଯାଇଥିଲା। ଏହା ପରେ, ଇରାନ ଏକ ମୌଳବାଦୀ ଇସଲାମିକ ଦେଶରେ ପରିଣତ ହୋଇଥିଲା। ଦେଶରେ ମହିଳାଙ୍କ ଅଧିକାଂଶ ଅଧିକାର ଉଚ୍ଛେଦ କରାଯାଇଥିଲା।
ସେ କହିଛନ୍ତି, ସାମ୍ରାଜ୍ୟର ଦମନର ମୁକାବିଲା କରିବାର ଏକମାତ୍ର ଉପାୟ ହେଉଛି ସାରା ସହରରେ ଲୋକଙ୍କ ଏକକାଳୀନ ଏବଂ ବହୁ ସଂଖ୍ୟାରେ ଉପସ୍ଥିତି। ଏହା ସହିତ ମୁଖ୍ୟ ରାସ୍ତା ଏବଂ ରାସ୍ତାଗୁଡ଼ିକୁ ଅବରୋଧ କରିବା। ସେ ପ୍ରତିବାଦକାରୀମାନଙ୍କୁ ଆହ୍ୱାନ କରି କହିଛନ୍ତି,ଏହା ହାସଲ କରିବା ପାଇଁ, ଆମକୁ ପ୍ରଥମେ ଆମର ଭୟକୁ ଦୂର କରିବାକୁ ପଡିବ ଏବଂ ବୁଝିବାକୁ ପଡିବ ଯେ, ଯଦି ଆମେ ରାସ୍ତାକୁ ଓହ୍ଲାଉ, ତେବେ ଦେଶର ଶାସକ ଆମକୁ ଦମନ କରିବାର କ୍ଷମତା ଏବଂ ଇଚ୍ଛାଶକ୍ତି ଶୀଘ୍ର ହରାଇବେ।
ସେ ଲେଖିଛନ୍ତି, ସମାଧାନ ହେଉଛି ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ଛୋଟ ଏବଂ ସମନ୍ୱିତ ଗୋଷ୍ଠୀରେ ଏକତ୍ରିତ ହେବା, ଆପଣଙ୍କ ଘର ପାଖ ରାସ୍ତାରେ ଏକାଠି ହେବା, ଏବଂ ତା'ପରେ, ହାତ ଧରି, ସହରର ମୁଖ୍ୟ ରାସ୍ତା ଆଡ଼କୁ ମାର୍ଚ୍ଚ କରିବା।
ଡୋନାଲ୍ଡ ଟ୍ରମ୍ପ୍ଙ୍କ ବକ୍ତବ୍ୟରୁ ଜଣାପଡୁଛି, ଇରାନର ଇସଲାମିକ ଶାସନକୁ ଭାଙ୍ଗିବା ପାଇଁ ଆମେରିକାରେ ପୂର୍ବରୁ ସ୍କ୍ରିପ୍ଟ ଲେଖା ହୋଇସାରିଛି। ଏନେଇ ଅର୍ନ୍ତଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2026/01/03/script-written-in-america-to-end-islamic-rule-in-iran-2026-01-03-16-01-59.jpg)