‘ଇଣ୍ଡିଆ ଗେଟ୍‌’ର ନେତାଜୀଙ୍କ ପ୍ରତିମୂର୍ତ୍ତି ଖୋଦେଇରେ ୨୬,୦୦୦ ଘଣ୍ଟା ବିତାଇଛନ୍ତି ଶିଳ୍ପୀ: କେନ୍ଦ୍ର ସରକାର

‘ଇଣ୍ଡିଆ ଗେଟ୍‌’ର ନେତାଜୀଙ୍କ ପ୍ରତିମୂର୍ତ୍ତି ଖୋଦେଇରେ ୨୬,୦୦୦ ଘଣ୍ଟା ବିତାଇଛନ୍ତି ଶିଳ୍ପୀ: କେନ୍ଦ୍ର ସରକାର

Image Courtesy of New Indian Express

ନୂଆଦିଲ୍ଲୀ: ୨୮୦ ମେଟ୍ରିକ୍‌ ଟନ୍‌ ଓଜନବିଶିଷ୍ଟ ଗୋଟିକିଆ ମୁଗୁନି ପଥର ଖଣ୍ଡରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ବିଶାଳ ପ୍ରତିମୂର୍ତ୍ତି ଖୋଦେଇ କରିବାରେ ଦଳେ ଭାସ୍କର (ପଥର ଖୋଦେଇ ଶିଳ୍ପୀ) ୨୬,୦୦୦ ଘଣ୍ଟା ବିତାଇ ଥିବା କଥା ବୁଧବାର ଦିନ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ କହିଛି।

ନେତାଜୀଙ୍କର ଏହି ପ୍ରତିମୂର୍ତ୍ତିଟି ନୂଆଦିଲ୍ଲୀସ୍ଥିତ ‘ଇଣ୍ଡିଆ ଗେଟ୍‌’ରେ ସ୍ଥାପନ କରାଯିବ।

ତେଲେଙ୍ଗାନାର ଖାମ୍ମାମ୍‌ରୁ ୧,୬୬୫ କିଲୋମିଟର୍‌ ଦୂର ନୂଆଦିଲ୍ଲୀକୁ ଉକ୍ତ ମୁଗୁନି ପଥର ଖଣ୍ଡଟିକୁ ବୋହି ଆଣିବା ଲାଗି ୧୪୦ଟି ଚକ ଥିବା ୧୦୦ ଫୁଟ୍‌ ଲମ୍ବର ଗୋଟାଏ ସ୍ବତନ୍ତ୍ର ଟ୍ରକ୍‌ ନିର୍ମାଣ କରାଯାଇଥିଲା ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ସୂଚନା ଦେଇଛି।

publive-image Image Courtesy of First Post

ଆଜି ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ବିସ୍ତୃତ ରାସ୍ତା ‘କର୍ତ୍ତବ୍ୟ ପଥ’ ଉଦ୍‌ଘାଟନ କରିବା ବେଳେ ଇଣ୍ଡିଆ ଗେଟ୍‌ରେ ସ୍ଥାପିତ ବୋଷଙ୍କର ୨୮ ଫୁଟ୍‌ ଉଚ୍ଚ ପ୍ରତିମୂର୍ତ୍ତି ମଧ୍ୟ ଉଦ୍‌ଘାଟନ କରିବେ।

ବୁଧବାର ଦିନ ନେତାଜୀଙ୍କର ଉକ୍ତ ପ୍ରତିମୂର୍ତ୍ତିକୁ ‘ଇଣ୍ଡିଆ ଗେଟ୍‌’ର ‘କ୍ୟାନୋପି’ରେ ସ୍ଥାପନ କରାଯାଇଛି। ପଥର ଖୋଦେଇ ପରେ ଉକ୍ତ ପ୍ରତିମୂର୍ତ୍ତିର ଓଜନ ୬୫ ମେଟ୍ରିକ୍‌ ଟନ୍‌ ଥିବା କଥା ସଂସ୍କୃତି ମନ୍ତ୍ରାଳୟ କହିଛି।

ମୁଖ୍ୟ ଭାସ୍କର ଅର୍ଜୁନ ଯୋଗୀରାଜ କହିଛନ୍ତି, ପାରମ୍ପରିକ ପଦ୍ଧତି ଏବଂ ଆଧୁନିକ ଉପକରଣଦ୍ବାରା ଏହି ପ୍ରତିମୂର୍ତ୍ତିଟିକୁ ସମ୍ପୂର୍ଣ୍ଣରୂପେ ହାତରେ ଖୋଦେଇ କରାଯାଇଛି।

ଏହା ହେଉଛି ଭାରତରେ ସବୁଠୁ ଉଚ୍ଚ, ଜୀବନ୍ତ ଦିଶୁଥିବା ଗୋଟିକିଆ ଶିଳାଖଣ୍ଡରେ ଖୋଦିତ ହସ୍ତନିର୍ମିତ ସ୍ଥାପତ୍ୟଗୁଡ଼ିକ ଭିତରୁ ଗୋଟିଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe