ଲକ୍ଷ୍ମୌ: ଉତ୍ତରପ୍ରଦେଶର କୁଶୀନଗରରେ ଜଣେ ପ୍ରଶାସନିକ ଅଧିକାରୀ ଶୁକ୍ରବାର ବିଳମ୍ବିତ ରାତିରେ ମନ୍ଦିରର କବାଟ ଖୋଲାଇ ନିଜ ମହିଳା ସାଥୀଙ୍କୁ ବିବାହ କରିଥିବା ଜଣାପଡ଼ିଛି। ଏହି ଘଟଣା ପ୍ରଘଟ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ବିବାହ ପଡରୋନା ନଗରର ଗାୟତ୍ରୀ ମନ୍ଦିରରେ ହିନ୍ଦୁ ରୀତିନୀତି ଅନୁସାରେ ହୋଇଛି। ବିବାହରେ ସାକ୍ଷୀ ଭାବେ ପଡରୋନା ସଦର ଏସଡିଏମ୍ ରାମକେଶ ଯାଦବ ଓ ହାଟାର ଏସ୍ଡିଏମ୍ ପ୍ରମୋଦ ତିଓ୍ଵାରୀ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2019/10/kushinagar-1570859089-300x169.jpg)
ପ୍ରକାଶିତ ଖବର ମୁତାବକ, ଖଡ୍ଡା ତହସିଲରେ ଏସ୍ଡିଏମ୍ ଥିବା ଦିନେଶ କୁମାରଙ୍କ ଉପରେ ଜଣେ ମହିଳା ବିବାହ ପ୍ରତିଶ୍ରୃତି ଦେଇ ଚାରି ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଭୟରେ ଏସ୍ଡିଏମ୍ ଶୁକ୍ରବାର ବିଳମ୍ବିତ ରାତିରେ ପଡରୋନା ନଗରର ଗାୟତ୍ରୀ ମନ୍ଦିର ଦ୍ୱାର ଖୋଲିବାକୁ କହି, ହିନ୍ଦୁ ରୀତିନୀତି ଅନୁସାରେ ମହିଳା ସାଥୀଙ୍କୁ ବିବାହ କରିବାକୁ ବାଧ୍ୟ ହୋଇଥିଲେ।
/sambad/media/post_attachments/wp-content/uploads/2019/10/kushinagar02-1570859083-300x169.jpg)
Follow Us