ଏସ୍‌ଡିଆର୍‌ଏଫ୍ ପାଣ୍ଠିକୁ ବୃଦ୍ଧି କରାଯାଉ

Advertisment
ଲୋକସଭାରେ ପୁଣି ମହାନଦୀ ପ୍ରସଙ୍ଗ ଉଠାଇଲେ ଭର୍ତ୍ତୃହରି

Prokerala.com

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ରେସ୍‌ପୋନ୍ସ ଫୋର୍ସ (ଏସ୍‌ଡିଆର୍‌ଏଫ୍) ଅନ୍ତର୍ଗତ ପାଣ୍ଠି ବୃଦ୍ଧି କରିବା ପାଇଁ ଆଜି ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଦାବି କରିଛନ୍ତି।

କରୋନା ସମ୍ପର୍କିତ ଆଲୋଚନାରେ ଭାଗ ନେଇ ସାଂସଦ ଶ୍ରୀ ମହତାବ କହିଛନ୍ତି ଯେ, ରାଜ୍ୟକୁ ଚଳିତବର୍ଷ ଏପ୍ରିଲରେ ଏସ୍‌ବିଆରଏଫ୍ ପାଣ୍ଠି ଅନ୍ତର୍ଗତ ୧ ହଜାର ୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଠିକ୍ ସମୟରେ ଏସ୍‌ବିଆରଏଫ୍ ପାଣ୍ଠି ପଠାଯାଇଛି, ଯାହାକି ଅତ୍ୟନ୍ତ ସ୍ବାଗତ୍‌ଯୋଗ୍ୟ। ତେବେ, ଏସ୍‌ବିଆରଏଫ୍ ପାଣ୍ଠିରୁ ୩୫% ଅର୍ଥ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବାର ବ୍ୟବସ୍ଥା ରହିଛି। ଏହି ପ୍ରତିଶତକୁ ବୃଦ୍ଧି କରାଗଲେ ଅଧିକ ଅର୍ଥ କରୋନା ମୁକାବିଲା ଓ ସଚେତନତା କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇପାରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe