ସୋମାଲିଆ ହୋଟେଲରେ ଆତ୍ମଘାତୀ ବିସ୍ଫୋରଣ : ୨୫ ମୃତ, ୩୦ ଆହତ

Advertisment
ସୋମାଲିଆ ହୋଟେଲରେ ଆତ୍ମଘାତୀ ବିସ୍ଫୋରଣ : ୨୫ ମୃତ, ୩୦ ଆହତ

Sigmalive

ମୋଗାଡ଼ିସୁ(ସୋମାଲିଆ): ସୋମାଲିଆ ରାଜଧାନୀ ମୋଗାଡ଼ିସୁର ଏକ ଲୋକପ୍ରିୟ ହୋଟେଲ ବାହାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଅତି କମ୍‌ରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ପୁଲିସ, ହୋଟେଲ ସୁରକ୍ଷା କର୍ମୀ ଏବଂ ସାଧାରଣ ଜନତା ରହିଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ତିନି ଜଣ ଆତଙ୍କବାଦୀ ଜୀବନ୍ତ ଧରାପଡ଼ିଥିବା ବେଳେ ଅନ୍ୟ ୨ ଜଣ ବିସ୍ଫୋରଣରେ ନିଜକୁ ଉଡ଼ାଇଦେଇଛନ୍ତି। ଆତଙ୍କବାଦୀ ସଂଗଠନ ଅଲ୍‌-ସବାବ୍‌ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି।

ମୋଗାଡ଼ିସୁ ସ୍ଥିତ ପ୍ରଖ୍ୟାତ ନାସାହାବ୍ଲଡ-୨ ହୋଟେଲରେ ରବିବାର ସକାଳେ ସୋମାଲିଆ ମନ୍ତ୍ରୀମଣ୍ଡଳର ଏକ ଉଚ୍ଚସ୍ତରୀୟ ବୈଠକ ହେବାର ଥିଲା। ଏଥିପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ ହୋଇଥିଲା। ତେବେ ଏହାର ୧୨ ଘଣ୍ଟା ପୂର୍ବରୁ ଶନିବାର ସନ୍ଧ୍ୟା ୫ଟାରେ ହୋଟେଲ ବାହାରେ ଏକ ଆତ୍ମଘାତୀ କାର ବୋମା ବିସ୍ଫୋରଣ ହୋଇଥିଲା। ପରେ ଆତଙ୍କବାଦୀମାନେ ହୋଟେଲ ଭିତରକୁ ପଶିଯାଇ ଆଖିବୁଜା ଗୁଳି ଚଳାଇଥିଲେ। ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟ ଜାରି ରହିଥିବା ବେଳେ ହୋଟେଲ ବାହାରେ ପୁଣି ଏକ ବିସ୍ଫୋରଣ ହୋଇଥିଲା। ହୋଟେଲ ଭିତରୁ ୩୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ଆତଙ୍କବାଦୀ ଛଦ୍ମ ବେଶରେ ଖସି ପଳାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe