ଆଜି ସମୁଦ୍ରରେ ଉଠିଲା ୪.୯୭ ମିଟରର ସର୍ବବୃହତ୍ତ ଲହଡି, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ 

Advertisment
ଆଜି ସମୁଦ୍ରରେ ଉଠିଲା ୪.୯୭ ମିଟରର ସର୍ବବୃହତ୍ତ ଲହଡି, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ 

ମୁମ୍ବାଇ: ରବିବାର ସମୁଦ୍ର କୂଳକୁ ଯାଉଥିବା ଲୋକମାନଙ୍କୁ ଓ ମତ୍ସ୍ୟଜୀବୀଙ୍କୁ ବିଏମସି ଚେତବେନୀ ଦେଇଛି। ପାଣିପାଗ ବିଭାଗ ପକ୍ଷରୁ ବିଏମସି ହାଇ ଅଲର୍ଟ ଜାରି କରି କହିଛି କି, ସମୁଦ୍ରରେ ଚଳିତ ବର୍ଷ ମନସୁନ୍‌ର ସବୁଠାରୁ ବଡ଼ ଲହଡିର ଆଶଙ୍କା ରହିଛି। ଏଥିପାଇଁ ଲୋକମାନେ ସବୁଦ୍ର କୂଳକୁ ଯିବାରୁ ନିଜକୁ ନିବୃତ୍ତ ରଖନ୍ତୁ। ଆଜି ଦ୍ୱିପହର ପ୍ରାୟ ୧.୫୦ ସମୟରେ ସମୁଦ୍ରରେ ସବୁଠାରୁ ବଡ଼ ଲହଡି ଉଠିଥିଲା। ଏହି ଲହଡି ୪.୯୭ ମିଟର ଥିବା ରେକର୍ଡ କରାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ, ଯଦି ଏହି ଲହଡି ସମୟରେ ବର୍ଷା ହୁଏ ତେବେ ଏହାର ପ୍ରଭାବରେ ମୁମ୍ବାଇ ବାସିନ୍ଦାଙ୍କୁ ଅନେକ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିବ। ଲହଡି କାରଣରୁ ସହରରେ ଜମି ଥିବା ବର୍ଷା ପାଣି ସମୁଦ୍ର ଭିତରକୁ ଯାଇ ପାରେ ନାହିଁ। ଫଳରେ ତଳସ୍ତରରେ ଥିବା ଅଞ୍ଚଳରେ ପାଣି ଭରି ଯାଇଥାଏ। ଏଥିସହିତ ପାଣିପାଗ ବିଭାଗ ମୁମ୍ବାଇର ଅନେକ ଅଞ୍ଚଳରେ ଲଗାଣ ବର୍ଷା ନେଇ ପୂର୍ବାନୁମାନ କରିଛି। ସକାଳୁ ମୁମ୍ବାଇରେ ହଲ୍‌କା ବର୍ଷା ଜାରି ହୋଇଯାଇଛି। ଏନେଇ ପାଣିପାଗ ବିଭାଗ  ହେଲପ୍‌ଲାଇନ ନମ୍ବର-୧୯୧୬ କିମ୍ବା ୧୦୧ ନମ୍ବର ଜାରି କରିଛି।

ଉଲ୍ଲେଖଯୋଗ୍ୟ, ଶନିବାର ସମୁଦ୍ରରେ ଆସିଥିବା ଲହଡି ହେତୁ ୩୬୧ ଟନ୍‌ ଅଳିଆ ସମୁଦ୍ରକୂଳ ଓ ରାସ୍ତାକୁ ଆସି ଯାଇଥିଲା। ଗତକାଲି ସମୁଦ୍ରରେ ଦ୍ୱିତୀୟ ସର୍ବବୃହତ୍ତ ଲହଡି ୪.୯୬ମିଟର ଆସିଥିଲା ବୋଲି ରେକର୍ଡ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe