ବାୟୁସେନାର ନିଖୋଜ ଏଏନ୍‌-୩୨ର ସନ୍ଧାନ ପାଇଁ ମୁତୟନ ହେଲା ମାନବ ବିହୀନ ବିମାନ; ୪ ଦିନ ହେଲା ଜାରି ରହିଛି ଅପରେସନ୍‌

Advertisment
ବାୟୁସେନାର ନିଖୋଜ ଏଏନ୍‌-୩୨ର ସନ୍ଧାନ ପାଇଁ ମୁତୟନ ହେଲା ମାନବ ବିହୀନ ବିମାନ; ୪ ଦିନ ହେଲା ଜାରି ରହିଛି ଅପରେସନ୍‌

Latestly

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନିଖୋଜ ବିମାନ ଏଏନ୍‌-୩୨ର ସନ୍ଧାନ ଓ ଉଦ୍ଧାର ପାଇଁ ଆରମ୍ଭ ହୋଇଥିବା ଅପରେସନ୍‌ ଆଜି ଚତୁର୍ଥ ଦିନରେ ବି ଭାରତୀୟ ବାୟୁସେନା ପକ୍ଷରୁ ଜାରି ରହିଛି। ନିଖୋଜ ବିମାନର ସନ୍ଧାନ ପାଇଁ ବହୁ ଅତ୍ୟାଧୁନିକ ବିମାନ ଓ ହେଲିକପ୍ଟର ନିୟୋଜନ ସହ ଇସ୍ରୋ ଜରିଆରେ ସାଟେଲାଇଟ୍‌ର ସହାୟତା ନେଇ ମଧ୍ୟ ବିଫଳ ହେବା ପରେ ଆଜି ଏହି ନିଖୋଜ ବିମାନକୁ ଠାବ କରିବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ଅରୁଣାଚଳ ପ୍ରଦେଶ ଓ ଆସାମ ଆକାଶ ଉପରେ ମାନବ ବିହୀନ ବିମାନ; ‘ଅନ୍‌ମ୍ୟାନ୍‌ଡ୍‌ ଏରିଏଲ୍‌ ଭେଇକିଲ୍‌’ (ୟୁଏଭି); ଉଡ଼ାଯିବା ସହ ସନ୍ଧାନ କାର୍ଯ୍ୟ ଜାରି ରହିଛି।

publive-image News Nation

ଉଲ୍ଲେଖଯୋଗ୍ୟ, ଗତ ୩ ତାରିଖ ଦିନ ଭାରତୀୟ ବୟୁସେନାରେ ପରିବହନ ସେବା ଯୋଗାଉଥିବା ଏକ ଏଏନ୍‌- ୩୨ ବିମାନ ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶ ଅଭିମୁଖେ ୧୩ ଜଣଙ୍କୁ ଧରି ଉଡ଼ାଣ ଭରିଥିବା ବେଳେ ମଝି ଆକାଶରେ ନିଖୋଜ ହୋଇ ଯାଇଥିଲା। ବିମାନଟି କୌଣସି କାରଣରୁ ଦୁର୍ଘଟଣା ଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିବା ଭାରତୀୟ ବାୟୁସେନା ଆଶଙ୍କା କରୁଛି। ତେବେ, ନିଖୋଜ ବିମାନର ସନ୍ଧାନ ଓ ଉଦ୍ଧାର ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ୨ଟି ଅତ୍ୟାଧୁନିକ ଲଢ଼ୁଆ ବିମାନ ସୁଖୋଇ ୩୦ ସମେତ ଦୁଇ ଦୁଇଟି କରି ଅତ୍ୟାଧୁନିକ ସି-୧୩୦ଜେ ଓ ଏମ୍‌ଆଇ୧୭ ହେଲିକପ୍ଟର ସାହାଯ୍ୟରେ ବ୍ୟାପକ ତଲାସୀ ଅଭିଯାନ ଚଳାଇଥିଲେ ମଧ୍ୟ ଅଦ୍ୟାବଧି ନିଖୋଜ ବିମାନର କୌଣସି ପ୍ରକାର ସନ୍ଧାନ ପାଇପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe