ଚୀନ୍‌ ପୂର୍ବତନ ସାମରିକ ଅଧିକାରୀଙ୍କ ଦାବି : ଗଲ୍‌ୱାନ୍‌ ସଂଘର୍ଷରେ ଚୀନ୍‌ ଶତାଧିକ ସୈନିକଙ୍କୁ ହରାଇଛି

Advertisment
ଚୀନସେନା ଯଥାଶୀଘ୍ର ପଛକୁ ହଟିବା ଉଚିତ : ଭାରତ

Image Courtesy of India Today

ବେଜିଂ: ପୂର୍ବ ଲଦାଖ୍‌ର ଗଲୱାନ୍‌ ଘାଟିରେ ଭାରତ-ଚୀନ୍‌ ମଧ୍ୟରେ ସଂଘର୍ଷ ହୋଇ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ। ଭାରତ ଏକଥା ସ୍ବୀକାର କରିଥିଲା। କିନ୍ତୁ ଚୀନ୍‌ର କେତେ ସୈନିକଙ୍କ ମୃତ୍ୟୁ ହୋଇଛି ସେନେଇ ଚୀନ୍‌ କିଛି ସ୍ପଷ୍ଟ କରିନାହିଁ। ଚୀନ୍‌ର ଜଣେ ପୂର୍ବ ସାମରିକ ଅଧିକାରୀ ଦାବି କରିଛନ୍ତି ଯେ, ଗଲୱାନ୍‌ ସଂଘର୍ଷରେ ଚୀନ୍‌ ଏହାର ଶତାଧିକ ପିଏଲ୍‌ଏ ସୈନିକଙ୍କୁ ହରାଇଛି।

ଭାରତୀୟ ସୈନିକଙ୍କ ସହ ସଂଘର୍ଷ ବେଳେ ୧୦୦ରୁ ଅଧିକ ପିଏଲ୍‌ଏ ସୈନିକଙ୍କ ମୃତ୍ୟୁ ହୋଇଛି ବୋଲି ପୂର୍ବତନ ସାମରିକ ଅଧିକାରୀ ଜିଆନ୍‌ଲି ୟାଙ୍ଗ୍‌ କହିଛନ୍ତି। ପୂର୍ବ ସିପିସି ନେତାଙ୍କ ପୁଅ ୟାଙ୍ଗ୍‌ ଗଲ୍‌ୱାନ୍‌ ସଂଘର୍ଷ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମୃତ୍ୟୁ ସଂଖ୍ୟା ଘୋଷଣା ହେଲେ ଚୀନ୍‌ କମ୍ୟୁନିଷ୍ଟ ପାର୍ଟିରେ ବିଦ୍ରୋହ ହେବ ବୋଲି ଆଶଙ୍କା କରି ସି ଜିନ୍‌ପିଙ୍ଗ୍‌ ସରକାର ପ୍ରକୃତ ସତ୍ୟ ଲୁଚାଇଛନ୍ତି ବୋଲି ସେ କହିଛନ୍ତି। ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ନଦେଇ ଚୀନ୍‌ ଭାରତକୁ ଦାୟୀ କରିଛି । କିନ୍ତୁ ଭାରତ ଏହାର ୨୦ ଯବାନ ସହିଦ ହୋଇଥିବା ସ୍ପୀକାର କରିଛି।

ଅନ୍ୟପକ୍ଷେ ଚୀନ୍‌ ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଗ୍ଲୋବାଲ୍‌ ଟାଇମ୍ସରେ ଏହା କୁହାଯାଇଥିଲା‌ ଯେ, ଜନସାଧାରଣଙ୍କ ମାନସିକ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପ୍ରକୃତ ସୈନିକଙ୍କ ମୃତ୍ୟୁ ଖବର ଦେବାକୁ ଚାହିନାହାନ୍ତି। ଗତମାସ ଗଲ୍‌ୱାନ୍‌ ସଂଘର୍ଷ ପରେ ଏଏନ୍‌ଆଇ ପକ୍ଷରୁ ଏହା କୁହାଯାଇଥିଲା ଯେ, ଚୀନ୍‌ର ୪୩ ସୈନିକଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe