ଭାରତ ସହ ବିବାଦ ବଢ଼ାଉଛି ନେପାଳ, ବିବାଦୀୟ ମାନଚିତ୍ରକୁ ଜାତିସଂଘ ପଠାଇବ

Advertisment
ଭାରତ ସହ ବିବାଦ ବଢ଼ାଉଛି ନେପାଳ, ବିବାଦୀୟ ମାନଚିତ୍ରକୁ ଜାତିସଂଘ ପଠାଇବ

The Financial Express

କାଠମାଣ୍ଡୁ: ବିବାଦୀୟ ମାନଚିତ୍ରକୁ ନେଇ ଭାରତ ସହ ନେପାଳ ବିବାଦ ବଢ଼ାଇ ଚାଲିଛି। ଭାରତର ଲିମ୍ପିଆଧୁରା, ଲିପୁଲେଖ ଓ କାଲାପାନି ଭଳି ତିନିଟି ସ୍ଥାନକୁ ନିଜ ମାନଚିତ୍ରରେ ଦର୍ଶାଇ ବିବାଦୀୟ ହୋଇ ପଡ଼ିଥିବା ନେପାଳ ଏହି ମାନଚିତ୍ରକୁ ଜାତିସଂଘକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ଏହା ଫଳରେ ନେପାଳ ଏହି ନୂଆ ମାନଚିତ୍ରକୁ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି। ନେପାଳ ଖୁବ୍‌ ଶୀଘ୍ର ଏହି ନୂଆ ମାନଚିତ୍ରକୁ ଅନ୍ତର୍ଜାତୀୟ ସହମତି ନିମନ୍ତେ ଜାତିସଂଘକୁ ପଠାଇବାକୁ ଯାଉଛି ବୋଲି ନେପାଳର ଜମି ପରିଚାଳନା, ସମବାୟ ମନ୍ତ୍ରୀ ପଦ୍ମା ଆର୍ଯ୍ୟାଲ କହିଛନ୍ତି।

ଲିପୁଲେଖ, କାଲାପାନି ଓ ଲିମ୍ପିଆଧୁରାକୁ ସାମିଲ୍‌ କରି ପ୍ରସ୍ତୁତ ହୋଇଥିବା ନୂତନ ମାନଚିତ୍ରକୁ ‌ନେପାଳ ସରକାର ଇଂରାଜି ଭାଷାରେ ୪,୦୦୦ ସଂଖ୍ୟାରେ ଛପାଇବା ସହ ଏହାକୁ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛି। ଏହା ପୂର୍ବରୁ ନେପାଳ ସରକାର ୨୫,୦୦୦ ମାନଚିତ୍ର ନିଜ ଦେଶରେ ବଣ୍ଟନ କରିସାରିଛି। ପ୍ରତି ମାନଚିତ୍ର ପିଛା ସରକାର ୨୫ ନେପାଳୀ ଟଙ୍କା ଧାର୍ଯ୍ୟ କରିଛନ୍ତି। ଏହି ମାନଚିତ୍ରର ବହୁଳ ପ୍ରସାର କରି ନେପାଳ ପରୋକ୍ଷରେ ଭାରତ ସହ ଶତୃତା କରିବାକୁ ଚାହୁଁଛି। ଅପରପକ୍ଷେ, ନେପାଳର ଏଭଳି ପଦକ୍ଷେପକୁ ଭାରତ ନିନ୍ଦା କରିବା ସହ ଏହା ଏକପାଖିଆ ବୋଲି କହିଛି। ବିନା ଐତିହାସିକ ଦଲିଲ ଏବଂ ଦ୍ବିପାକ୍ଷିକ ସହମତିରେ ନେପାଳ ଏଭଳି ମାନଚିତ୍ର ପ୍ରସ୍ତୁତ କରିବା ଉଚିତ ହୋଇନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି। ନେପାଳର ଏହି ପଦକ୍ଷେପ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ତିକ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe