ତେଲେଙ୍ଗାନା ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ: କରୋନା ନିୟନ୍ତ୍ରଣରେ ସରକାର ବିଫଳ

ତେଲେଙ୍ଗାନା ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ: କରୋନା ନିୟନ୍ତ୍ରଣରେ ସରକାର ବିଫଳ

Image Source: Zee News

ହାଇଦ୍ରାବାଦ୍‌ : ତେଲେଙ୍ଗାନା ସରକାର କରୋନା ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଖାଲି ସେତିକି ନୁହେଁ, ସରକାର ମଧ୍ୟ କରୋନା ସଂକ୍ରାନ୍ତରେ ଲୋକଙ୍କୁ ଅନ୍ଧାରରେ ରଖିଛନ୍ତି ଏବଂ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରୁନାହାନ୍ତି। ତେଲେଙ୍ଗାନା ହାଇକୋର୍ଟ ଆଜି ଏଭଳି ମନ୍ତବ୍ୟ ଦେଇ ସରକାରଙ୍କ କାମ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ରାଘବେନ୍ଦ୍ର ସିଂହ ଚୌହାନ, ଜଷ୍ଟିସ୍‌ ବି ବିଜୟସେନ୍‌ ରେଡ୍ଡିଙ୍କ ଖଣ୍ଡପୀଠ କହିଛନ୍ତି, ଗୋଟିଏ ପଟେ ମୁଖ୍ୟ ସଚିବ କହୁଛନ୍ତି, ସରକାର ଟେଷ୍ଟିଂରେ ଆଇସିଏମ୍‌ଆର ନିର୍ଦ୍ଦେଶାବଳୀ ପାଳନ କରୁଛନ୍ତି, କିନ୍ତୁ ଅନ୍ୟପକ୍ଷେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟେଷ୍ଟିଂ କମାଯାଉଛି। ଆଇସିଏମ୍‌ଆର କେବେ ବି ଟେଷ୍ଟିଂ କମାଇବାପାଇଁ କହିନାହାନ୍ତି ବୋଲି ମୁଖ୍ୟ ବିଚାରପତି କହିଛନ୍ତି।

ଖଣ୍ଡପୀଠ ମୁଖ୍ୟ ସଚିବ ସୋମେଶ କୁମାର ଏବଂ ଅନ୍ୟ ଅଧିକାରୀମାନଙ୍କୁ କହିଛନ୍ତି, ଜୁଲାଇ ୧୭ ସୁଦ୍ଧା ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କର ନଚେତ୍‌ ଜୁଲାଇ ୨୦ ପୂର୍ବରୁ କୋର୍ଟ‌୍‌ରେ ହାଜର ହୁଅ। ତେଲେଙ୍ଗାନା ଜନ ସମିତିର ପ୍ରଫେସର ପିଏଲ୍‌ ବି‌ଶ୍ବେସ୍ବର ଏବଂ ଅନ୍ୟମାନଙ୍କ ଦ୍ବାରା ହାଇକୋର୍ଟରେ ଏକ ପିଆଇଏଲ୍‌ ଦାଖଲ ହୋଇଥିଲା। ପିଆଇଏଲ୍‌ର ଶୁଣାଣି କରି ଖଣ୍ଡପୀଠ କହିଛନ୍ତି, ସରକାରୀ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ଜି ଶୀନିବାସ କୋର୍ଟଙ୍କୁ ଟେଷ୍ଟ୍‌ ସଂକ୍ରାନ୍ତରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଏବଂ ଜନସାଧାରଙ୍କୁ ଅନ୍ଧାରରେ ରଖିଛନ୍ତି। ରାଜ୍ୟରେ କେତେ ଟେଷ୍ଟ ‌ହୋଇଛି ସେ ସଂକ୍ରାନ୍ତ‌ରେ ବିସ୍ତୃତ ତଥ୍ୟ ଦେବାପାଇଁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଏହା ଜଣାପଡ଼ିଛି ଯେ, ସରକାର ୧୦ ଦିନରେ ୫୦ ହଜାର ଟେଷ୍ଟ୍‌ କରିବାରେ ବିଫଳ ହୋଇଛନ୍ତି। କୋର୍ଟ କହିଛନ୍ତି ସରକାର ଏଭଳି ଟେଷ୍ଟିଂ ବନ୍ଦ କରିପାରିବେ ନାହିଁ। ଏହା ଆଇସିଏମ୍‌ଆର ନିର୍ଦ୍ଦେଶାବଳୀର ବିରୁଦ୍ଧାଚରଣ କରୁଛି। ଟେଷ୍ଟିଂ ବଢ଼ାଇବା ବଦଳରେ ରାଜ୍ୟରେ ଟେଷ୍ଟିଂ ବନ୍ଦ କରାଯାଉଛି। ତେବେ ତେଲେଙ୍ଗାନାରେ ୨୫ରୁ ୩୫ ବର୍ଷ ମଧ୍ୟରେ ଅଧିକାଂଶ ଯୁବକ କରୋନା ସଂକ୍ରମିତ ହୋଇଥିବାରୁ ଏନେଇ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe