ଉଦ୍ଧବଙ୍କ ପ୍ରଶ୍ନ: ହିନ୍ଦୁ ଶରଣାର୍ଥୀମାନଙ୍କୁ କେଉଁଠି ଥଇଥାନ କରାଯିବ?

ଉଦ୍ଧବଙ୍କ ପ୍ରଶ୍ନ: ହିନ୍ଦୁ ଶରଣାର୍ଥୀମାନଙ୍କୁ କେଉଁଠି ଥଇଥାନ କରାଯିବ?

AajTak

ନାଗପୁର: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହି ଆଇନ୍‌ ଲାଗୁ ହେବା ପରେ ପାକିସ୍ତାନ, ଆଫ୍‌ଗାନିସ୍ତାନ ଓ ବାଂଲାଦେଶରୁ ଆସିବାକୁ ଥିବା ହିନ୍ଦୁ ଶରଣାର୍ଥୀମାନଙ୍କୁ ଦେଶରେ କେଉଁଠି ଥଇଥାନ କରାଯିବ ଏବଂ ଏ ନେଇ କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ ଭାବେ କିଛି ଯୋଜନା ପ୍ରସ୍ତୁତ କରିଛନ୍ତି କି ବୋଲି ଉଦ୍ଧବ ପ୍ରଶ୍ନ କରିଛନ୍ତି। ଆଜି ବିଧାନସଭାରେ ମହାରାଷ୍ଟ୍ର ରାଜ୍ୟପାଳ ନିଜର ଅଭିଭାଷଣ ରଖିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ନାଗରିକତା ସଂଶୋଧନ ଆଇନ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ସୂଚନାଯୋଗ୍ୟ, ଲୋକସଭାରେ ଉଦ୍ଧବଙ୍କ ଶିବସେନା ନାଗରିକତା ସଂଶୋଧନ ବିଲ୍‌କୁ ସମର୍ଥନ ଜଣାଇଥିବା ବେଳେ ରାଜ୍ୟସଭାରେ ଭୋଟ ବର୍ଜନ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe