ପଶ୍ଚିମବଙ୍ଗରେ ଶରଣାର୍ଥୀଙ୍କ ଅସ୍ଥାୟୀ କଲୋନି ନିୟମିତ କରିବେ ମମତା

Advertisment
ପଶ୍ଚିମବଙ୍ଗରେ ଶରଣାର୍ଥୀଙ୍କ ଅସ୍ଥାୟୀ କଲୋନି ନିୟମିତ କରିବେ ମମତା

Image Source: India TV

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ, କେନ୍ଦ୍ର ସରକାର ଏବଂ ଘରୋଇ ଜମିରେ ଥିବା ସମସ୍ତ ଅସ୍ଥାୟୀ ଶରଣାର୍ଥୀ କ‌ଲୋନି ଗୁଡ଼ିକୁ ନିୟମିତ କରାଯିବ। ବିସ୍ଥାପିତ ଲୋକମାନଙ୍କୁ ଟିଏମ୍‌ସି ସରକାରଙ୍କ ଦ୍ବାରା ଜମିର ଅଧିକାର ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ ଦେଶବ୍ୟାପୀ ଏନ୍‌ଆରସି ଲାଗୁ ହେବା ନେଇ କେନ୍ଦ୍ର ସରକାରଙ୍କ ଘୋଷଣା ପରେ ମମତା ଆଜି ଏଭଳି ଘୋଷଣା କରିଛନ୍ତି। ଆଜି ଏକ କ୍ୟାବିନେଟ୍‌ ବୈଠକ ପରେ ମମତା କହିଛନ୍ତି ଯେ, ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କ ଜମିରେ ଥିବା ୯୪ ଶରଣାର୍ଥୀ କଲୋନିକୁ ରାଜ୍ୟ ସରକାର ନିୟମିତ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ଏବଂ କିଛି ଘରୋଇ ଜମିରେ ମଧ୍ୟ ଅନେକ ଶରଣାର୍ଥୀ ଶିବିର ରହିଛି। ଏଗୁଡ଼ିକୁ ଖୁବ୍‌ ଶୀଘ୍ର ନିୟମିତ କରାଯିବ ବୋଲି ମମତା ଦୃଢ଼ୋକ୍ତି ବାଢ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe