ମହାୟୁତିର ଆସନ ବୁଝାମଣା : ବିଜେପି ୧୪୮, ସେନା ୮୫ ଓ ଏନସିପିକୁ ୫୧ ଆସନ

Advertisment

ମହାୟୁତି ସଫଳତାର ସହ ନିଜ ଦଳମାନଙ୍କ ମଧ୍ୟରେ ଆସନ ବଣ୍ଟନ କରିଛି। ଏହି ବୁଝାମଣା ଅନୁଯାୟୀ ବିଜେପି ୧୪୮ଟି ଆସନରେ ଲଢ଼ୁଛି। ସେହିପରି ଶିବସେନା (ସିନ୍ଦେ) ୮୫ ଓ ଏନସିପି ୫୧ ଆସନରେ ଲଢୁଛି । 

ମହାୟୁତି ସଫଳତାର ସହ ନିଜ ଦଳମାନଙ୍କ ମଧ୍ୟରେ ଆସନ ବଣ୍ଟନ କରିଛି। ଏହି ବୁଝାମଣା ଅନୁଯାୟୀ ବିଜେପି ୧୪୮ଟି ଆସନରେ ଲଢ଼ୁଛି। ସେହିପରି ଶିବସେନା (ସିନ୍ଦେ) ୮୫ ଓ ଏନସିପି ୫୧ ଆସନରେ ଲଢୁଛି । 

mahayuti

 ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ଅର୍ଥାତ୍ ମଙ୍ଗଳବାର ହେଉଛି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ। ଶେଷ ତାରିଖ ହୋଇଥିବାରୁ ପ୍ରାର୍ଥୀମାନେ ମନୋନୟନ ପତ୍ର ଦାଖଲ କାମ ଜାରି ରଖଛନ୍ତି । ଇତିମଧ୍ୟରେ ମହାୟୁତି ସଫଳତାର ସହ ନିଜ ଦଳମାନଙ୍କ ମଧ୍ୟରେ ଆସନ ବଣ୍ଟନ କରିଛି। ତିନି ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହା ସହିତ ସେମାନଙ୍କ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲରେ ବ୍ୟସ୍ତ ଅଛନ୍ତି।

ଆସନ ବଣ୍ଟନ ମହାଯୁତିର ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ଏହି ବିଭାଜନ ଅନୁଯାୟୀ ବିଜେପି ୧୪୮ଟି ଆସନରେ ଲଢ଼ୁଛି। ସେହିପରି ଶିବସେନା (ସିନ୍ଦେ) ୮୫ ଓ ଏନସିପି ୫୧ ଆସନରେ ଲଢୁଛି । 

ବିଜେପି ପ୍ରଥମେ ୯୯, ପରେ ୨୨, ପରେ ୨୫ ଓ ଶେଷରେ ୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା। ଶିବସେନା ଲଢୁଥିବା ମୋଟ ୯୯ଟି ଆସନ ମଧ୍ୟରୁ ପ୍ରଥମେ ୪୫, ପରେ ୨୦, ପରେ ୧୩ ଓ ଶେଷରେ ୭ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା। ଏନସିପି ଦଳ ପ୍ରଥମେ ୩୮ଟି, ପରେ ୭ଟି, ପରେ ୪ଟି ଓ ଶେଷରେ ୨ଟି ଆସନରେ ପ୍ରାର୍ଥୀ ଦେଇଥିଲା। ଏହାବ୍ୟତୀତ ମହାୟୁତି ଅନ୍ୟ ସହଯୋଗୀ ଦଳକୁ ୪ଟି ଆସନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ମହାୟୁତି ସମସ୍ତ ୨୮୮ ଆସନକୁ ସଫଳତାର ସହ ଭାଗବଣ୍ଟା କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe