photo-india tv
ବିସ୍କେକ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂଘାଇ ସହଯୋଗ ସଂଗଠନ (ଏସ ସିଓ) ସମ୍ମିଳନୀରେ ଭାଗ ନେବାପାଇଁ ଗତକାଲି ଅପରାହ୍ନରେ କିର୍ଗିଜସ୍ତାନ ରାଜଧାନୀ ବିସ୍କେକରେ ପହଞ୍ଚିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ବିସ୍କେକ୍ ରେ ଆୟୋଜିତ ହୋଇଥିବା ଏସସିଓ ସମ୍ମିଳନୀରେ ସାମ୍ନାସାମ୍ନି ହେଲେ କିନ୍ତୁ ଦୁହିଁଙ୍କ ମଧ୍ୟରେ ନା କିଛି କଥାବାର୍ତ୍ତା ହେଲା ନା ସାକ୍ଷାତ ହେଲା ।
ଏସସିଓ ର ୧୯ ତମ ସମ୍ମିଳନୀରେ ଉଦଘାଟନ ସମାରୋହରେ ଅନେକ ରାଷ୍ଟ୍ରାଧ୍ୟକ୍ଷ ସାମିଲ ହୋଇଥିଲେ । ତେବେ ସଂଯୋଗ ବଶତଃ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇମରାନ୍ ଖାନ୍ ଏକ ସଙ୍ଗରେ ହଲ୍ ଭିତରକୁ ପ୍ରବେଶ କରିଥିଲେ । କିନ୍ତୁ ମୋଦୀ ଇମରାନଙ୍କ ସହ କଥାବାର୍ତ୍ତା ହୋଇନଥିଲେ କି ତାଙ୍କ ଆଡକୁ ଦେଖିନଥିଲେ । ସେ ସିଧା ଯାଇ ନିଜ ସିଟରେ ବସିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱର ଅନ୍ୟ ନେତାଙ୍କ ସ୍ୱାଗତ କରିବା ପାଇଁ ସିଟ୍ ରୁ ଉଠିବା ସହ ହାତ ମଧ୍ୟ ମିଳାଇଥିଲେ କିନ୍ତୁ ପାକ୍ ପିଏମ୍ ଙ୍କ ପ୍ରତି ତାଙ୍କର ବ୍ୟବହାର ପୂର୍ବଭଳି ଥିଲା ।
ପ୍ରଧାନମନ୍ତ୍ରୀ ମୋଦୀ ନିଜ ବ୍ୟବହାରରେ ପରୋକ୍ଷ ଭାବେ ଜଣାଇଦେଲେ ଯେ ମଞ୍ଚ କିଛି ବି ହେଉ ନା କାହିଁକି ଆତଙ୍କବାଦ ବିରୋଧରେ କଡା ପଦକ୍ଷେପ ନ ନେବା ଯାଏଁ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିବ ନାହିଁ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଙ୍କ ମଧ୍ୟରେ ଦ୍ୱିପକ୍ଷିକ ବାର୍ତ୍ତା ହୋଇଥିଲା ଏବଂ ସେ ଆତଙ୍କବାଦର ବିଷୟ ମଧ୍ୟ ଉଠାଇଥିଲେ ।
 photo--india tvମୋଦୀ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଙ୍କୁ କହିଲେ ଯେ ପାକ୍ ସହ ଭଲ ସଂପର୍କ ପ୍ରତିଷ୍ଠା ପାଇଁ ଅନେକ ପ୍ରୟାସ କରିଥିଲେ ମଧ୍ୟ କୌଣସି ଫାଇଦା ହେଲାନାହିଁ । ପାକ୍ କୁ ଆତଙ୍କମୁକ୍ତ ବାତାବରଣ ତିଆରି କରିବା ନିହାତି ଆବଶ୍ୟକ । କିନ୍ତୁ ଏବେ ଆମେ ଏଭଳି ହେବା କିଛି ଦେଖିପାରୁନାହୁଁ ।
  
 Follow Us