ନୂଆଦିଲ୍ଲୀ: ଓଡ଼ିଶାରେ ଏସ୍ଇବିସି ସଂରକ୍ଷଣ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି(ବିଜେପି) ସାମାଜିକ ନ୍ୟାୟ ପାଇଁ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶାରେ ପୂର୍ବରୁ ସାମାଜିକ ନ୍ୟାୟକୁ ଅଣଦେଖା କରାଯାଇଛି।
୯୦ ମସିହାରୁ ମଣ୍ଡଳ କମିସନ ଲାଗୁ ହେବା ପରେ ବି ରାଜ୍ୟରେ ଏସ୍ଇବିସି ସଂରକ୍ଷଣ ଲାଗୁ ନେଇ ୩୫ ବର୍ଷ ହୋଇଗଲା।
ବିଜେଡି ଏବଂ କଂଗ୍ରେସ ଶାସନରେ ଥିଲେ। କମିସନଙ୍କର ପରାମର୍ଶ ଥିଲା ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ସ୍ବରୂପ ପାଠପଢା ଏବଂ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦେବା। ଓଡ଼ିଶାରେ ହିଁ କେବଳ ଏହା ଗ୍ରହଣ କରାଯାଇ ନଥିଲା। ଛଦ୍ମ ସର୍ଭେର ବାହାନା କରାଯାଇଥିଲା।
ଡବଲ ଇଞ୍ଜିନ ସରକାରରେ ଏବେ ଏହା ଲାଗୁ କରାଗଲା। ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କୁ ମୁଁ ଧନ୍ୟବାଦ ଜଣାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ଓଡ଼ିଶାର ମୋଟ ଜନସଂଖ୍ୟାର ୫୨%ରୁ ଅଧିକ ହେଉଛନ୍ତି ଏସଇବିସି ବର୍ଗର । ଏହି ଐତିହାସିକ ନିଷ୍ପତି ଏସଇବିସି ବର୍ଗର ଲୋକମାନଙ୍କୁ ସଶକ୍ତ କରିବା ସହ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରିବ। ଜାତୀୟ ଶିକ୍ଷା ନୀତି ଦୃଷ୍ଟିକୋଣରେ ଏହି ପଦକ୍ଷେପ ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ବଢାଇବା ସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ସହାୟକ ହେବ ।
‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ ମୋଦୀ ସରକାରଙ୍କ ବିଚାର ଓ ଦାର୍ଶନିକ ମତ । ଆମର ସମସ୍ତ କାର୍ଯ୍ୟକ୍ରମ, ଯୋଜନାର ମୂଳ ଲକ୍ଷ୍ୟ ହେଉଛି ସାମାଜିକ ନ୍ୟାୟ । ମୋଦୀ ସରକାର ଅନ୍ୟାନ୍ୟ ପଛୁଆ ବର୍ଗମାନଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ସୁବିଧା ଦେଇଆସୁଛନ୍ତି ।
ଏସ୍ଇବିସି ବର୍ଗର ଲୋକମାନଙ୍କର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ସଂରକ୍ଷଣ ପ୍ରଦାନ କରିବାକୁ ତତ୍କାଳୀନ ସରକାରଙ୍କ ନିକଟରେ ବାରମ୍ବାର ଦାବି କରିବା ସତ୍ତ୍ୱେ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ନଦେଇ ଅବହେଳିତ କରିଆସୁଥିଲେ ।
ଆଜି ଦେଶରେ ଯେତେବେଳେ ଜାତିଗତ ଜନଗଣନା ଭଳି ଐତିହାସିକ ନିଷ୍ପତ୍ତିକୁ ମୋଦୀ ସରକାର କ୍ୟାବିନେଟରେ ମଞ୍ଜୁର ଦେଇଛନ୍ତି, ସେଭଳି ସମୟରେ ଓଡ଼ିଶା ସରକାରଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ । ଏହି ଐତିହାସିକ ନିର୍ଣ୍ଣୟ ପାଇଁ ମୁଁ ପୁଣି ଥରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି ।
ଓଡ଼ିଶା ସରକାରଙ୍କ ଐତିହାସିକ ନିଷ୍ପତି ।
— Dharmendra Pradhan (@dpradhanbjp) May 14, 2025
ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ତଥା ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫% ଆସନ ସଂରକ୍ଷଣ ଦେବା ପାଇଁ ଓଡ଼ିଶା ରାଜ୍ୟ କ୍ୟାବିନେଟ୍ ମଞ୍ଜୁର ଦେଇଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ @narendramodi ଏବଂ ମୁଖ୍ୟମନ୍ତ୍ରୀ…
ଅଧିକ ପଢ଼ନ୍ତୁ: ବିରୋଧୀ ଦଳ ଧୈର୍ଯ୍ୟ ଧରନ୍ତୁ: ଗଣତନ୍ତ୍ରରେ ସଭିଙ୍କୁ ଆଲୋଚନା ପାଇଁ ସୁଯୋଗ ମିଳିବ
ତାଲିକାରେ ଏସ୍ଇବିସିକୁ ୧୧.୨୫ ପ୍ରତିଶତ ସଂରକ୍ଷଣ ଦିଆଯାଇଥିବାରୁ ଧନ୍ୟବାଦ । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଲାଗୁ ହେବ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ ପତ୍ର ଲେଖି ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷା ଏବଂ ମେଡ଼ିକାଲ ଶିକ୍ଷାରେ ସଂରକ୍ଷଣ ଦେବାକୁ ଅନୁରୋଧ କରିଥିଲେ।
ଆଗକୁ ବୈଷୟିକ ଶିକ୍ଷା ଏବଂ ଡ଼ାକ୍ତରୀ ଶିକ୍ଷାରେ ମଧ୍ୟ ଏହାକୁ ଲାଗୁ କରାଯିବ। ଦେଶରେ ଚାକିରି କ୍ଷେତ୍ରରେ ଯେଉଁ ସଂରକ୍ଷଣ ବ୍ୟବସ୍ଥା ରହିଛି ତାହା ମଧ୍ୟ ଲାଗୁ କରାଯିବା ନେଇ ମୋତେ ଆଶ୍ବସ୍ତ କରାଯାଇଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଅଧିକ ପଢ଼ନ୍ତୁ: ବିଷ ପିଇ ପରିବାର ଶେଷ