ଏବେ ‘କୋଭିସିଲ୍‌ଡ୍‌’ର ଦୁଇଟି ଡୋଜ ମଧ୍ୟରେ ରହିବ ୧୨ରୁ ୧୬ ସପ୍ତାହ ବ୍ୟବଧାନ

Advertisment
ଏବେ ‘କୋଭିସିଲ୍‌ଡ୍‌’ର ଦୁଇଟି ଡୋଜ ମଧ୍ୟରେ ରହିବ ୧୨ରୁ ୧୬ ସପ୍ତାହ ବ୍ୟବଧାନ

indiatoday.in

ନୂଆଦିଲ୍ଲୀ: ‘ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ଉତ୍ପାଦିତ ଅକ୍ସଫୋର୍ଡ କୋଭିଡ୍-୧୯ ଟିକା ‘କୋଭିସିଲ୍‌ଡ୍‌’ର ଦୁଇଟି ଡୋଜ୍‌ ମଧ୍ୟରେ ୧୨ ରୁ ୧୬ ସପ୍ତାହ ବ୍ୟବଧାନ ରଖିବା ଲାଗି ‘ଦି ନ୍ୟାସ୍‌ନାଲ୍‌ ଟେକ୍ନିକାଲ୍‌ ଆଡ୍‌ଭାଇଜରି ଗ୍ରୁପ୍‌ ଅନ୍‌ ଇମ୍ୟୁନାଇଜେସନ୍‌’ (ଏନ୍‌ଟିଏଜିଆଇ) ଗୁରୁବାର ଦିନ ପ୍ରସ୍ତାବ ଦେଇଥିଲା। ଏବେ ଏନ୍‌ଟିଏଜିଆଇର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର | ପୂର୍ବରୁ ଏହି ବ୍ୟବଧାନ ୪ରୁ ୮ ସପ୍ତାହ ଥିବା ବେଳେ ଏବେ ଦୁଇଟି ଡୋଜ ମଧ୍ୟରେ ୧୨ ରୁ ୧୬ ସପ୍ତାହ ବ୍ୟବଧାନ ରଖାଯିବ |

ଏହା ସହ ଏନ୍‌ଟିଏଜିଆଇ କହିଥିଲା ଯେ, ଅନ୍ତଃସତ୍ତ୍ବା ମହିଳାମାନେ ନିଜ ପସନ୍ଦ ମୁତାବକ ଯେକୌଣସି କୋଭିଡ୍‌-୧୯ ଟିକା ବାଛି ନେଇ ପାରିବେ। ପ୍ରସବ କରିବା ପରେ ପରେ ସ୍ତନ୍ୟଦାତ୍ରୀ ମହିଳାମାନେ ମଧ୍ୟ ଯେକୌଣସି ଦିନ ଏହି ଟିକା ନେଇପାରିବେ। କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ବ୍ୟକ୍ତିମାନେ ଆରୋଗ୍ୟ ହେବାର ୬ ମାସ ପରେ ଟିକା ନେବା ଉଚିତ ବୋଲି ଟିକାକରଣ କମିଟି ‘ଏନ୍‌ଟିଏଜିଆଇ’ ପ୍ରସ୍ତାବ ଦେଇଥିଲା।

Increase gap between 2 doses of Covishield to up to 8 weeks: Centre tells states Business Today

ତେବେ ‘କୋଭିସିଲ୍‌ଡ୍‌’ର ଦୁଇଟି ଡୋଜର ବ୍ୟବଧାନ ବଢାଇବା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଭାରତ ବାୟୋଟେକ୍‌ ଉତ୍ପାଦିତ ‘କୋଭାକ୍ସିନ୍‌’ର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ଅନ୍ତରକୁ ‘ଏନ୍‌ଟିଏଜିଆଇ’ ପରିବର୍ତ୍ତନ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe