ଦିଲ୍ଲୀ ଦଙ୍ଗା ନେଇ ସଂସଦରେ ହଟ୍ଟଗୋଳ, ଦ୍ବିତୀୟ ଦିନରେ ବି ଗୃହ କାର୍ଯ୍ୟ ଠପ୍‌

Advertisment

ହୋଲି ପରେ ଦଙ୍ଗା ନେଇ ଆଲୋଚନା

ହୋଲି ପରେ ଦଙ୍ଗା ନେଇ ଆଲୋଚନା

ଦିଲ୍ଲୀ ଦଙ୍ଗା ନେଇ ସଂସଦରେ ହଟ୍ଟଗୋଳ, ଦ୍ବିତୀୟ ଦିନରେ ବି ଗୃହ କାର୍ଯ୍ୟ ଠପ୍‌

Image Source: India TV News

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ନେଇ ଆଲୋଚନା କରିବାକୁ ବିରୋଧୀମାନେ ଅଡ଼ି ବସିବାରୁ ଆଜି ଦ୍ବିତୀୟ ଦିନ ପାଇଁ ଲୋକସଭା ଚାଲି ପାରିନଥିଲା। ଆସନ୍ତା ୧୧ ତାରିଖରେ ହୋଲି ପରେ ଦିଲ୍ଲୀ ଦଙ୍ଗା ନେଇ ଆଲୋଚନା ହେବ ବୋଲି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ପ୍ରତିଶ୍ରୁତି ଦେଇଥିଲେ। ମାତ୍ର, ବାଚସ୍ପତିଙ୍କ ପ୍ରତିଶ୍ରୁତି ପରେ ମଧ୍ୟ ବିରୋଧୀମାନେ ଗୃହରେ ହଟ୍ଟଗୋଳ କରିଥିଲେ। ଏହାର ବିରୋଧରେ ଶାସକ ଦଳର ସାଂସଦମାନେ ମଧ୍ୟ ଗୃହରେ ହଙ୍ଗାମା କରିଥିଲେ। ଫଳରେ ଗୃହରେ କୌଣସି କାର୍ଯ୍ୟ ହୋଇପାରି ନଥିଲା। ଯେଉଁମାନେ ଗୃହ ମଧ୍ୟରେ ସୀମା ଲଂଘନ କରିବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାଚସ୍ପତି ଉଭୟ ଶାସକ ଓ ବିରୋଧୀ ସାଂସଦଙ୍କୁ ଚେତାଇ ଦେଇଥିଲେ। କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଗୃହର ମଧ୍ୟଭାଗକୁ ଚାଲି ଆସି ଦିଲ୍ଲୀ ଦଙ୍ଗା ସମ୍ପର୍କରେ ଆଲୋଚନା କରିବାକୁ ଦାବି କରିଥିଲେ। ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଦିନକ ପାଇଁ ଗୃହକୁ ମୁଲତବୀ କରିଥିଲେ। ସୂଚନାଯୋଗ୍ୟ, ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଡିଏମ୍‌କେ, ଟିଏମ୍‌ସି, ଆପ୍‌ ଏବଂ ଅନ୍ୟ ବିରୋଧୀମାନେ ଦିଲ୍ଲୀ ହିଂସା ସମ୍ପର୍କରେ ଆଲୋଚନା କରିବାକୁ ଦାବି କରିଥିଲେ। ଅପରପକ୍ଷେ, ଦିଲ୍ଲୀ ହିଂସା ସମ୍ପର୍କରେ ଶୂନ୍ୟକାଳରେ ଆଲୋଚନା ହେବାକୁ ସରକାର ପ୍ରସ୍ତୁତ ଥିବା କଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରକାଶ କରିଥିଲେ। ତେବେ ବିରୋଧୀ ଦଳମାନେ ଏହାକୁ ଗ୍ରହଣ କରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe