୧୨୧ ବର୍ଷ ଭିତରେ ଦ୍ବିତୀୟ ସର୍ବାଧିକ ବର୍ଷା

Advertisment
୧୨୧ ବର୍ଷ ଭିତରେ ଦ୍ବିତୀୟ ସର୍ବାଧିକ ବର୍ଷା

ନୂଆଦିଲ୍ଲୀ : ବିଗତ ୧୨୧ ବର୍ଷ ଭିତରେ ଚଳିତ ବର୍ଷ ମେ' ମାସରେ ହିଁ ଦେଶରେ ଦ୍ବିତୀୟ ସର୍ବାଧିକ ବୃଷ୍ଟିପାତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନାରୁ ଜଣାଯାଇଛି।

ମେ' ମାସରେ ଦେଶ ପଶ୍ଚିମ ଓ ପୂର୍ବଭାଗରେ ସାମ୍‌ନା କରିଥିବା ତୌକ୍‌ତେ ଓ ୟାସ୍‌ ପରି ଲଗାତାର ଦୁଇ ଦୁଇଟି ମହାବାତ୍ୟା ଯୋଗୁଁ ଏପରି ପ୍ରବଳ ବର୍ଷା ହୋଇଥିବା ଜଣାଯାଇଛି। ଗତମାସରେ ହାରାହାରି ମୋଟ ୧୦୭.୯ ମି. ମି. ବର୍ଷା ହୋଇଛି ଯାହା ଉକ୍ତ ମାସର ଦୀର୍ଘକାଳୀନ ହାରାହାରି(ଏଲ୍‌ପିଏ) ଥିବା ୬୨ ମି.ମି.ଠାରୁ ୭୪ ପ୍ରତିଶତ ଅଧିକ ରହିଛି। ୧୯୦୧ ମସିହା ପରଠାରୁ ବର୍ତ୍ତମାନ ସୁଦ୍ଧା ୧୯୯୦ ମେ' ମାସରେ ହିଁ ସର୍ବାଧିକ ୧୧୦.୭ ମି.ମି. ବୃଷ୍ଟିପାତ ହୋଇଥିବା ରେକର୍ଡ କହୁଛି।

ସେହିପରି ୧୯୦୧ ପରଠାରୁ ଚଳିତ ବର୍ଷ ମେ' ମାସରେ ହିଁ ତୃତୀୟ ସର୍ବନିମ୍ନ ହାରାହାରି ତାପମାତ୍ରା ଅନୁଭୂତ ହୋଇଥିବା ପାଣିପାଗ ବିଭାଗ ତଥ୍ୟରୁ ସ୍ପଷ୍ଟ ହୋଇଛି। ଗତ ମାସରେ ହାରାହାରି ତାପମାତ୍ରା ୩୪.୧୮ ଡିଗ୍ରି ସେଲ୍‌ସିଅସ୍‌ ରହିଥିବା ବେଳେ ୧୯୧୯ ମେ'ରେ ସର୍ବନିମ୍ନ ୩୨.୬୮ଡିଗ୍ରି ସେଲ୍‌ସିଅସ୍‌ ଓ ୧୯୭୭ ମେ'ରେ ୩୩.୮୪ ଡିଗ୍ରି ସେଲ୍‌ସିଅସ୍‌ ଥିବା ଜଣାଯାଇଛି।

ସେହିପରି ଗତ ମାର୍ଚ୍ଚ ଓ ଏପ୍ରଲ ମାସ ପରି ମେ' ମାସରେ ମଧ୍ୟ ଦେଶରେ ଗ୍ରୀଷ୍ମ ଲହରୀ ଖୁବ୍‌ କମ୍‌ ସମୟ ପାଇଁ କାଁ ଭାଁ ଦେଖାଯାଇଥିଲା। କେବଳ ରାଜସ୍ଥାନକୁ ଛାଡ଼ିଦେଲେ ଦେଶର ଅନ୍ୟ କୌଣସି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସେତେ ପ୍ରଖର ନଥିଲା। କେବଳ ମେ' ୨୯ ଓ ୩୦ ତାରିଖରେ ଯାହା ରାଜସ୍ଥାନରେ ଦୀର୍ଘ ଦୁଇ ଦିନ ଧରି ଲାଗି ରହିଥିବା ଉଷ୍ଣ ଲହରୀ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe