ମହାରାଷ୍ଟ୍ରରେ ପୁଣି ଥରେ ହେବ ଲକଡାଉନ ! ଏସଓପି ତିଆରି କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

Advertisment
ମହାରାଷ୍ଟ୍ରରେ ପୁଣି ଥରେ ହେବ ଲକଡାଉନ ! ଏସଓପି ତିଆରି କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ମୁମ୍ବାଇ: ହୁ ହୁ ହୋଇ ବଢ଼ୁଥିବା କରୋନା ସଂକ୍ରମଣ ମୁମ୍ବାଇର ରାତ୍ରି ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି। ସଂକ୍ରମଣ ବଢ଼ୁଥିବାରୁ ମହାରାଷ୍ଟ୍ର ସରକାର ସନ୍ଧ୍ୟା ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକଳାପ ଉପରେ ରୋକ ଲଗାଇଛନ୍ତି। କରୋନା ସମ୍ବନ୍ଧିତ କଟକଣାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବଢ଼ାଇବା ସହ ସମସ୍ତ ପ୍ରକାରର ସମାବେଶ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠା‌କରେ। ମହାରାଷ୍ଟ୍ରରେ ରେସ୍ତୋରାଁ, ପାର୍କ ଏବଂ ମଲ୍ ସନ୍ଧ୍ୟା ୮ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ତେବେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁନଥିବା ଦେଖି ସମ୍ପୂର୍ଣ୍ଣ ଲକଡାଉନ ବିଷୟରେ ଚିନ୍ତା କରୁଛନ୍ତି ମହାରାଷ୍ଟ୍ର ସରକାର।

ମହାରାଷ୍ଟ୍ରରେ କୋଭିଡ-୧୯ ମାମଲାର ଦ୍ରୁତ ବୃଦ୍ଧି, ଡାକ୍ତରଖାନାରେ ଶଯ୍ୟାର ଅଭାବ ଏବଂ ସ୍ୱାସ୍ଥ୍ୟ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା କିଛି ଦିନ ମଧ୍ୟରେ ଦ୍ୱିତୀୟ ସଂପୂର୍ଣ୍ଣ ଲକଡାଉନ କରିବାକୁ ଗମ୍ଭୀରତାର ସହ ବିଚାର କରୁଥିବା ଜଣାପଡ଼ିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଧିକାରୀମାନଙ୍କୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ(ଏସଓପି) ପ୍ରସ୍ତୁତ କରିବାକୁ କହିଛନ୍ତି, ଯାହା ଦ୍ବାରା ପଦକ୍ଷେପ ଯୋଜନାବଦ୍ଧ ଭାବରେ ନିଆଯାଇପାରିବ।

Lockdown Again in Maharashtra? CM Thackeray Asks Officials to Prepare a Plan as Corona Cases Surge India.com

ରବିବାର ଅନୁଷ୍ଠିତ ଏକ ବୈଠକରେ ମହାରାଷ୍ଟ୍ରରେ ଦ୍ବିତୀୟ ଲକଡାଉନ ଲାଗୁ ହେବା ପରେ ଖାଦ୍ୟ ଶସ୍ୟ, ଔଷଧ, ଅତ୍ୟାବଶ୍ୟକ ସେବା ତଥା ଚିକିତ୍ସା ସୁବିଧା ଯୋଗାଣ କିପରି ଭାବେ ହୋଇପାରିବ ସେ ନେଇ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହାମାରୀ ସମୟରେ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସରକାର ଚେଷ୍ଟା କରୁଥିଲେ ମଧ୍ୟ ଲୋକଙ୍କ ସ୍ୱାସ୍ଥ୍ୟ ରକ୍ଷା ମୋର ପ୍ରଥମ ପ୍ରାଥମିକତା ବୋଲି କହିଛନ୍ତି ଉଦ୍ଧବ ଠାକରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe