ଗୁଜରାଟରୁ ମେଘାଳୟ ପର୍ଯ୍ୟନ୍ତ ଚାଲିବ ରାହୁଲ୍‌ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ବିତୀୟ ପର୍ଯ୍ୟାୟ: କଂଗ୍ରେସ

Advertisment
ଗୁଜରାଟରୁ ମେଘାଳୟ ପର୍ଯ୍ୟନ୍ତ ଚାଲିବ ରାହୁଲ୍‌ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ବିତୀୟ ପର୍ଯ୍ୟାୟ: କଂଗ୍ରେସ

Image Courtesy of India Today

ମୁମ୍ବାଇ: ରାହୁଲ୍‌ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ବିତୀୟ ପର୍ଯ୍ୟାୟ ଗୁଜରାଟରୁ ଆରମ୍ଭ ହୋଇ ଉତ୍ତରପୂର୍ବ ରାଜ୍ୟ ମେଘାଳୟରେ ଶେଷ ହେବ ବୋଲି ମଙ୍ଗଳବାର ଦିନ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ କହିଛନ୍ତି।

ମୁମ୍ବାଇରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା କରିବା ବେଳେ ଉକ୍ତ ଖବରକୁ ସୁନିଶ୍ଚିତ କରି ନାନା ପାଟୋଲେ କହିଛନ୍ତି, ରାହୁଲ୍‌ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ବିତୀୟ ଚରଣ ଗୁଜରାଟରୁ ଆରମ୍ଭ ହୋଇ ମେଘାଳୟ ପର୍ଯ୍ୟନ୍ତ ଚାଲିବ। ସମ୍ପୃକ୍ତ ରାଜ୍ୟର ଦଳୀୟ ନେତାମାନେ ମଧ୍ୟ ସମାନ୍ତରଳ ଯାତ୍ରା କରିବେ। ଅର୍ଥାତ୍‌ ପ୍ରମୁଖ କଂଗ୍ରେସ ନେତାମାନେ ଦେଶର ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ଗୁଜରାଟ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ହେବାକୁ ଥିବା ଏହି ଯାତ୍ରାର ନେତୃତ୍ବ ନେବେ।

ସେ ଆହୁରି ମଧ୍ୟ କହିଛନ୍ତି, ରାହୁଲ୍‌ ଗାନ୍ଧୀଙ୍କ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ‘ଭାରତ ଯୋଡ଼ୋ ଯାତ୍ରା’ର ଅଭୂତପୂର୍ବ ସଫଳତା ପ୍ରତି ଗୁରୁତ୍ବାରୋପ କରି ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ଯୋଜନା କରାଯାଇଛି।

publive-image Image Courtesy of NDTV

ମହାରାଷ୍ଟ୍ରରେ ଏହି ଯାତ୍ରା ନିମନ୍ତେ ରାଜ୍ୟର ପ୍ରତ୍ୟେକ ଲୋକସଭା ଆସନ ଲାଗି ଦଳର ୪୮ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ୬ ଦିନ ମଧ୍ୟରେ ସେମାନେ ସ୍ଥଳବିଶେଷର ରିପୋର୍ଟ ଦାଖଲ କରିବେ। ତା’ପରେ ଅଗଷ୍ଟ ୧୬ ତାରିଖ ଦିନ ‘କୋର୍‌ କମିଟି’ ବୈଠକ ବସିବ।

ଗୁଜରାଟରୁ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ କରିବା ଲାଗି ରାଜ୍ୟ କଂଗ୍ରେସ ମୁଖ୍ୟ ରାହୁଲ୍‌ଙ୍କୁ ଆମନ୍ତ୍ରଣ କରିବା ପରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ଉପରୋକ୍ତ କଥା କହିଛନ୍ତି। ‘ପିଟିଆଇ’ ରିପୋର୍ଟ ଅନୁସାରେ, ଗୁଜରାଟ ବିରୋଧୀ ନେତା ଅମିତ ଚାୱଡ଼ା କହିଥିଲେ, ମହାତ୍ମା ଗାନ୍ଧୀ ଓ ସର୍‌ଦାର୍‌ ପଟେଲ୍‌ଙ୍କ ରାଜ୍ୟ ଗୁଜରାଟରୁ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ କରିବା ଲାଗି ଆମେ ରାହୁଲ୍‌ ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଛୁ। ଦ୍ବିତୀୟ ପର୍ଯ୍ୟାୟ ଗୁଜରାଟରୁ ଆରମ୍ଭ ହେବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe