ନଭେମ୍ବରରେ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର

Advertisment
ନଭେମ୍ବରରେ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ଏମ୍‌ସରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ନଭେମ୍ବର ମାସରେ ହେବ। ଏମ୍‌ସର ସ୍ନାୟୁରୋଗ ବିଭାଗର ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଡା.ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଏବେ ଜଗା-ବଳିଆଙ୍ଗ ସ୍ୱାସ୍ଥ୍ୟାବସ୍ଥା ସନ୍ତୋଷଜନକ ରହିଛି। ଡାକ୍ତରମାନଙ୍କ ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ଅସ୍ତ୍ରୋପଚାର ପରେ ଦୁହିଁଙ୍କର ଯେଉଁ ଚମଡ଼ାର ଆବଶ୍ୟକ ତାହା ସେମାନଙ୍କ ନିକଟରେ କମ୍‌ ରହିଛି। ସେମାନଙ୍କୁ ଏବେ ଖାଦ୍ୟ ତାଲିକାରେ ପ୍ରୋଟିନ୍‌ ଦିଆଯାଉଛି। ଖୁବଶୀଘ୍ର ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବା ସହିତ ମସ୍କିଷ୍କରେ ଚମଡ଼ା ସୃଷ୍ଟି ହେବ। ଯାହା ଅସ୍ତ୍ରୋପଚାରରେ ସହାୟକ ହୋଇପାରିବ। ଉଲ୍ଲେଖଯୋଗ୍ୟ ଯେ ଗତମାସ ୨୮ତାରିଖରେ ଜଗା-ବଳିଆଙ୍କର ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ହୋଇଥିଲା। ଦୀର୍ଘ ୨୫ଘଣ୍ଟା ପର୍ଯ୍ୟନ୍ତ ଏହି ଅସ୍ତ୍ରୋପଚାର ହୋଇଥିଲା। ସମୁଦାୟ ୩ଟି ପର୍ଯ୍ୟାୟରେ ସେମାନଙ୍କ ସଂପୂର୍ଣ୍ଣ ଅସ୍ତ୍ରୋପଚାର କରିବାକୁ ଡାକ୍ତରୀ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe