Image Source: India Today
ନୂଆଦିଲ୍ଲୀ: ଜୁଲାଇ ୧୪ ତାରିଖ ଦିନ ପାକିସ୍ତାର ଓ୍ଵାଘା ଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ କର୍ତାରପୁର କରିଡର୍ ସମ୍ବନ୍ଧରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହେବ। ଆଲୋଚନା ପାଇଁ ଜୁଲାଇ ୧୧ ରୁ ୧୪ ମଧ୍ୟରେ ଯେ କୌଣସି ଦିନ ସ୍ଥିର କରିବାକୁ ନୂଆଦିଲ୍ଲୀ ପ୍ରସ୍ତାବ ଦେଇଥିଲା।
କର୍ତାରପୁର କରିଡର୍ ନିମନ୍ତେ ଡ୍ରାଫ୍ଟ୍ ରାଜିନାମାରେ ଅନ୍ତର୍ଭୁକ୍ତ କରାଯାଇଥିବା ଯାତ୍ରୀମାନଙ୍କର ଗମନାଗମନ ଏବଂ କରିଡର୍ରେ ସୁବ୍ୟବସ୍ଥା ଭିତ୍ତିଭୂମି ସଂକ୍ରାନ୍ତରେ ଆଲୋଚନା କରାଯିବ। ମାର୍ଚ ୧୪ ତାରିଖରେ ଅଟ୍ଟାରି-ଓ୍ଵାଘା ସୀମାନ୍ତରେ ପ୍ରଥମ ପର୍ଯ୍ୟାୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଥିଲା।
Image Source: Hindustan timesଏଥିରେ ଭାରତ ପ୍ରସ୍ତାବ ଦେଇଥିଲା ଯେ କରିଡର୍ ଭାରତୀୟ ନାଗରିକ ଏବଂ ଭାରତୀୟ ବଂଶୋଦ୍ଭବଙ୍କ ଲାଗି ଉନ୍ମୁକ୍ତ ରହିବ ଏବଂ ଦୈନିକ ୫୦୦୦ ଲୋକ ଯିବାକୁ ଅନୁମତି ମିଳିବା ଉଚିତ। କିନ୍ତୁ ପାକିସ୍ତାନ କହିଥିଲା କି, କେବଳ ୭୦୦ ଲୋକଙ୍କୁ ଅନୁମତି ମିଳିବ- ତାହା ପୁଣି ଦେୟ ପୈଠ ପରେ ଏବଂ ନିର୍ଦ୍ଧାରିତ ଦିନଗୁଡ଼ିକରେ ସେଠାକୁ ଛଡ଼ାଯିବ।
ଏହା ଦ୍ୱିତୀୟ ପର୍ଯ୍ୟାୟ ଆନୁଷ୍ଠାନିକ ବୈଠକ ହେବାକୁ ଯାଉଥିବା ବେଳେ ଏଥି ପୂର୍ବରୁ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ବୈଷୟିକ ସ୍ତରରେ ତିନି ପର୍ଯ୍ୟାୟ ଆଲୋଚନା ସରିଲାଣି।
Follow Us