ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌: ପଶ୍ଚିମବଂଗରେ ୮୦.୪୩% ମତଦାନ, ଆସାମରେ ୭୩%

Advertisment

ମମତା-ଶୁଭେନ୍ଦୁଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ, ନନ୍ଦିଗ୍ରାମ ହିଂସା ନେଇ ବିସ୍ତୃତ ରିପୋର୍ଟ ମାଗିଲେ

ମମତା-ଶୁଭେନ୍ଦୁଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ, ନନ୍ଦିଗ୍ରାମ ହିଂସା ନେଇ ବିସ୍ତୃତ ରିପୋର୍ଟ ମାଗିଲେ

ସକାଳ ୧୦ଟା ସୁଦ୍ଧା ଆସାମରେ ୧୦.୨୧% ଏବଂ ପଶ୍ଚିମବଙ୍ଗରେ ୧୫.୩୦% ମତଦାନ

Image Courtesy of India Today

ନୂଆଦିଲ୍ଲୀ: ପଶ୍ଚିମବଂଗ ଏବଂ ଆସାମରେ ଆଜି ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହୋଇଛି। ପଶ୍ଚିମବଂଗରେ ୮୦.୪୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଆସାମରେ ୭୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାପଡ଼ିଛି। ପଶ୍ଚିମବଂଗରେ ଆଜି ୩୦ଟି ବିଧାନସଭା ଆସନ ଏବଂ ଆସାମରେ ୩୯ ଆସନ ପାଇଁ ମତଦାନ ହୋଇଥିଲା। ପଶ୍ଚିମବଂଗରେ ଭୋଟ୍‌ ଗ୍ରହଣ ସମୟରେ ବ୍ୟାପକ ହିଂସା, ଧମକ ଓ ରାସ୍ତାରୋକ ଦେଖିବାକୁ ମିଳିଥିଲା। ତେବେ ଏହା ସତ୍ତ୍ବେ ରାଜ୍ୟରେ ବିପୁଳ ମତଦାନ ହେବା ଆଶ୍ବସ୍ତିର କାରଣ ହୋଇଛି। ପଶ୍ଚିମବଂଗର ହାଇପ୍ରୋଫାଇଲ୍‌ ବିଧାନସଭା ଆସନ ନନ୍ଦୀଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ପୁରୁଣା ସହଯୋଗୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିବା ବେଳେ ଉଭୟଙ୍କ ଭାଗ୍ୟ ଆଜି ଇଭିଏମ୍‌ରେ ବନ୍ଦ ହୋଇଯାଇଛି।

ପଶ୍ଚିମବଂଗର ବଥୁଆବାଡ଼ ଗ୍ରାମର ୨୮ ନମ୍ବର ବୁଥ୍‌ ନିକଟରେ ଆଜି ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଶବ ଝୁଲନ୍ତା ଅବସ୍ଥାରେ ମିଳିବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଟିଏମ୍‌ସି ଏହାକୁ ଆତ୍ମହତ୍ୟା ବୋଲି କହିଥିବା ବେଳେ ବିଜେପି କାର୍ଯ୍ୟକର୍ତ୍ତାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ବିଜୟ ଶଙ୍କରଙ୍କୁ ଟିଏମ୍‌ସି କର୍ମୀମାନେ ଯୋଜନାବଦ୍ଧ ଭାବେ ହତ୍ୟା କରି ଝୁଲାଇ ଦେଇଛନ୍ତି। ଅନ୍ୟପକ୍ଷରେ ମେଦିନିପୁରର ଦାଦପୁର ଗ୍ରାମରେ ଜଣେ ଟିଏମ୍‌ସି କର୍ମୀଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ ୮ ଜଣ ଗିରଫ ହୋଇଛନ୍ତି।
ନନ୍ଦିଗ୍ରାମରେ ଆଜି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା ଏବଂ ଏଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗଣମାଧ୍ୟମ ସଂସ୍ଥାର ଗାଡ଼ି ଉପରେ ମଧ୍ୟ ଆକ୍ରମଣ ହୋଇଥିବା ରିପୋର୍ଟ ମିଳିଛି। ନିର୍ବାଚନ କମିସନ ହିଂସା ନେଇ ବିସ୍ତୃତ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ମାଗିଛନ୍ତି। ତେବେ ଆଜି କୌଣସି ବୁଥ୍‌ରେ ବି ମତଦାନ ବାଧାପ୍ରାପ୍ତ ହୋଇନାହିଁ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe