ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପାଇଁ ଦୁଇ ଦିନିଆ ୱାଶିଂଟନ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏସବୁ ଭିତରେ ଆମେରିକାରେ ରହୁଥିବା ବେଆଇନ ଭାରତୀୟ ପ୍ରବାସୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଫେବ୍ରୁଆରି ୧୬ କିମ୍ବା ୧୭ ତାରିଖରେ ଦ୍ୱିତୀୟ ବ୍ୟାଚ୍ ବେଆଇନ ଭାରତୀୟଙ୍କୁ ଭାରତ ଫେରାଇ ଦିଆଯିବ ବୋଲି ସୂଚନା ମିଳିଛି।
ଏହା ପୂର୍ବରୁ ବେଆଇନ ପ୍ରବାସୀଙ୍କୁ ନେଇ ପ୍ରଥମ ବିମାନ ଗତ ଫେବ୍ରୁଆରି ୫ ତାରିଖରେ ଆମେରିକାରୁ ଆସି ଭାରତର ଅମୃତସରରେ ଓହ୍ଲାଇଥିଲା । ଏହି ବିମାନରେ ୧୦୪ ଜଣ ପ୍ରବାସୀ ଥିଲେ । ତେବେ ଏହି ବିମାନରେ ଆସିଥିବା ବେଆଇନ ପ୍ରବାସୀମାନଙ୍କ ହାତରେ ହାତକଡ଼ି ପକାଇ ଅତ୍ୟନ୍ତ ଅମାନବୀୟ ଭାବେ ଭାରତ ଅଣାଯାଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏହାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ଏବେ ପୁଣି ଥରେ ବିମାନ ଆସୁଥିବାରୁ, ତାହା ପୁଣି ମୋଦୀ ଆମେରିକାରେ ଥିବା ସମୟରେ, ସରକାରଙ୍କ ଚିନ୍ତା ବଢିଯାଇଛି ।
Follow Us