ଅରୁଣାଚଳପ୍ରଦେଶରେ ରହସ୍ୟମୟ ଚୀନ୍‌ ଯନ୍ତ୍ରାଂଶ

Advertisment
ଅରୁଣାଚଳପ୍ରଦେଶରେ ରହସ୍ୟମୟ ଚୀନ୍‌ ଯନ୍ତ୍ରାଂଶ

ଇଟାନଗର(ଅରୁଣାଚଳ ପ୍ରଦେଶ): ସୀମାକୁ ନେଇ ଚୀନ୍‌ ସହ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଥିବା ବେଳେ ଆଜି ଅରୁଣାଚଳପ୍ରଦେଶ ଅନ୍ତର୍ଗତ ଏକ ଗାଁର ଗଛ ଡାଳରେ ଲଟକି ରହିଥିବା ରହସ୍ୟମୟ ଚୀନ୍‌ ସାମଗ୍ରୀ ଭାରତର ଚିନ୍ତା ବଢ଼ାଇଦେଇଛି। ଅନ୍ତର୍ଜାତୀୟ ସୀମାର ୧୦୦ କିମି ଭିତରକୁ ଅରୁଣାଚଳପ୍ରଦେଶର କାମଲେ ଜିଲ୍ଲା ଅନ୍ତର୍ଗତ ରିପାରି ଗାଁର ଗଛଡାଳରେ ଏହି ଅଜ୍ଞାତ ବସ୍ତୁଟି ଲାଗି ରହିଥିଲା। ଧଳା କପଡ଼ାରେ ଗୁଡ଼ାହୋଇ ରହିଥିବା ଏକ ଦରପୋଡ଼ା ଧଳା ବାକ୍ସ ଉପରେ ଚୀନ୍‌ ଅକ୍ଷରରେ କିଛି ଲେଖା ଥିବା ଦେଖି ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଥିଲେ। ଗାଁର କାଠକଟାଳମାନେ ଏହାକୁ ପ୍ରଥମେ ଦେଖି ଖବର ଦେବା ପରେ ବନବିଭାଗ କର୍ମଚାରୀମାନେ ପହଞ୍ଚି ତାହାକୁ ଉଦ୍ଧାର କରିଥିଲେ। ବାକ୍ସଟି ଗଛରେ ମାଡ଼ ହୋଇ ଖୋଲିଯାଇଥିବା ବେଳେ ଭିତରେ ଏକ କଳାରଙ୍ଗର ଯନ୍ତ୍ରାଂଶ ରହିଛି। ତଳଭାଗରେ ଏକ ତାର ସଂଲଗ୍ନ ବ୍ୟାଟେରି ରହିଛି। ଏହି ବ୍ୟାଟେରି ଚାଳିତ ଯନ୍ତ୍ରାଂଶଟି ପାଣିପାଗ ପାଇଁ ବ୍ୟବହୃତ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଥିବା ବେଳେ ଗୁଇନ୍ଦା ତଥ୍ୟ ସଂଗ୍ରହ ପାଇଁ ଚୀନ୍‌ର ଅଭିସନ୍ଧିକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ତେବେ ଏହି ରହସ୍ୟମୟ ଯନ୍ତ୍ରାଂସ ବିଷୟରେ ଛାନ୍‌ଭିନ୍‌ ଜାରି ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe