ଆମେରିକାର ପୂର୍ବତନ ରାଷ୍ଟ୍ରପତି କ୍ଲିଣ୍ଟନ ଓ ଓବାମାଙ୍କ ଘରେ ପାର୍ସଲ ବୋମା

Advertisment
ଆମେରିକାର ପୂର୍ବତନ ରାଷ୍ଟ୍ରପତି କ୍ଲିଣ୍ଟନ ଓ ଓବାମାଙ୍କ ଘରେ ପାର୍ସଲ ବୋମା

ନ୍ୟୁୟର୍କ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଏବଂ ପୂର୍ବ ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନ୍‌ଙ୍କ ନିକଟକୁ କେହି ବିସ୍ଫୋରକ ପାର୍ସଲ୍‌ ପଠାଇଛନ୍ତି। ଉଭୟଙ୍କ ଘର ଠିକଣାରେ ପ୍ୟାକେଟ୍‌ ପହଞ୍ଚିବା ପରେ ତାହାକୁ ଖୋଲାଯାଇଥିଲା। କିନ୍ତୁ ଏଥିରେ ବିସ୍ଫୋରକ ଥିବା ଜଣାପଡ଼ିଛି। ଘଟଣାକୁ ନେଇ ଆମେରିକାର ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ହିଲାରୀଙ୍କ ଘରୁ ଏକ ବୋମା ମିଳିବା ପରେ ତାହାକୁ ତୁରନ୍ତ ନିଷ୍କ୍ରିୟ କରାଯାଇଛି। ଅନ୍ୟପକ୍ଷରେ ନ୍ୟୁୟର୍କ ସହରସ୍ଥିତ ସିଏନ୍‌ଏନ୍‌ କାର୍ଯ୍ୟାଳୟରେ ପହଞ୍ଚିଥିବା ଏକ ପାର୍ସଲ୍‌କୁ ନେଇ ସନ୍ଦେହ ଉପୁଜିବା ପରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ତନଖି କରିଛନ୍ତି। ଏହାପରେ ନ୍ୟୁଜ୍‌ରୁମ୍‌କୁ ଖାଲି କରାଯାଇଥିଲା। ଆମେରିକାର ଜଣେ ଅଧିକାରୀଙ୍କ କହିବାନୁସା‌େର ନ୍ୟୁୟର୍କ ଅନ୍ତର୍ଗତ ହିଲାରୀଙ୍କ ଚାପାକୁଆସ୍ଥିତ ବାସଭବନରେ ବୋମା ନିଷ୍କ୍ରିୟକାରୀ ଦଳ କିଛି ବିସ୍ଫୋରକ ଠାବ କରିଛନ୍ତି। ଗତ ସୋମବାର ଅରବପତି ଜର୍ଜ ‌େସାରସ୍‌ଙ୍କ ବାସଭବନ ପରିସରରୁ ଠାବ କରାଯାଇଥିବା ବିସ୍ଫୋରକ ସହ ଏହା ମେଳ ଖାଉଛି ବୋଲି ଜଣାପଡ଼ିଛି। ତଦନ୍ତ ଚାଲିଥିବାରୁ ଏ ବାବଦରେ ଅଧିକ ସୂଚନା ଦେବାକୁ ସମ୍ପୃକ୍ତ ଅଧିକାରୀ ମନାକରିଦେଇଛନ୍ତି। ଅନ୍ୟପକ୍ଷରେ ୱାସିଂଟନ୍‌ସ୍ଥିତ ଗୁଇନ୍ଦା ସେବା ଏଜେଣ୍ଟମାନଙ୍କ ଦ୍ବାରା ବୁଧବାର ଓବାମାଙ୍କ ଘରୁ ବିସ୍ଫୋରକ ଉଦ୍ଧାର କରାଯାଇ ନିଷ୍କ୍ରିୟ କରାଯାଇଛି। ଏହି ଘଟଣାକୁ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ପ୍ରେସ୍‌ ସଚିବ ସାରା ସାଣ୍ଡର୍ସ କହିଛନ୍ତି, ଏହି ଘଟଣାରେ ‌ତଦନ୍ତ ଆରମ୍ଭ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe