କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ସଚିବ ଡଃ ଅରୁଣ କୁମାର ପଣ୍ଡାଙ୍କ ଅବସର

କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ସଚିବ ଡଃ ଅରୁଣ କୁମାର ପଣ୍ଡାଙ୍କ ଅବସର

YouTube

ନୂଆଦିଲ୍ଲୀ : ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଓଡ଼ିଆ ଅଧିକାରୀ ତଥା କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ସଚିବ ଡଃ ଅରୁଣ କୁମାର ପଣ୍ଡା ଆଜି ଅବସର ଗ୍ରହଣ କରିଛନ୍ତି। ୧୯୮୪ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ୍‌ ଡଃ ପଣ୍ଡା ରାଜ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦରେ ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରିଥିଲେ। ୨୦୧୦ରେ କେନ୍ଦ୍ରୀୟ ଡେପୁଟେସନରେ ଡଃ ପଣ୍ଡା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଓ ଅତିରିକ୍ତ ସଚିବ ରୂପେ ଅବସ୍ଥାପିତ ହୋଇଥିଲେ। ୨୦୧୭ ଜୁନ୍‌ ୧ ତାରିଖରେ ଏମ୍‌ଏସ୍‌ଏମ୍‌ଇ ସଚିବ ରୂପେ ନିଯୁକ୍ତି ପାଇଥିଲେ। କରୋନା ମୁକାବିଲାକୁ ନେଇ ତାଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା କ୍ଷମତା ସମ୍ପନ୍ନ କମିଟିରେ କାର୍ଯ୍ୟ ଜାରି ରଖିବେ କି ବୋଲି ‘ସମ୍ବାଦ’ ପକ୍ଷରୁ ପ୍ରଶ୍ନ କରାଯିବାରୁ ଡଃ ପଣ୍ଡା କହିଥିଲେ ଏ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଜଣାପଡ଼ି ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe